ରଥଯାତ୍ରା ଅଘଟଣ ଷଡ଼ଯନ୍ତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରଥଯାତ୍ରା ଅଘଟଣକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ରଥଯାତ୍ରା ଅଘଟଣ ଷଡଯନ୍ତ୍ର ବୋଲି କହିଲେ ପୃଥ୍ୱୀରାଜ ହରିଚନ୍ଦନ । ରଥଯାତ୍ରାରେ କୌଣସି ସମସ୍ୟା ନ ଥିଲା । କିଛି ଲୋକ ଜାଣି ଜାଣି ଷଡଯନ୍ତ୍ରରେ ଲିପ୍ତ ଥିଲେ । ମହାପ୍ରଭୁଙ୍କ ବିଭିନ୍ନ କଥା ନେଇ ସମାଲୋଚନା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ଷଡ଼ଯନ୍ତ୍ର ଶେଷ ହେବା ଦରକାର। ଖାଲି ସେତିକି ନୁହେଁ ଟାହିଆକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇମନ୍ତ୍ରୀ । କହିଛନ୍ତି ଟାହିଆ ନଥିବା ବାବଦରେ ଅଙ୍ଗଲାଗି ସେବାୟତ ସ୍ପଷ୍ଟ କରିବେ । ଜଗନ୍ନାଥ ସଂସ୍କୃତି ଅନନ୍ୟ ।

କୌଣସି ଜାଗାରେ ସମସ୍ୟା ନହୋଇଥିବା ସତ୍ତ୍ୱେ କ’ଣ ପାଇଁ ଟାହିଆ ଖୋଲାଯାଇଥିଲା ସେ ବାବଦରେ ଅଙ୍ଗଲାଗି ସେବାୟତ ସ୍ପଷ୍ଟ କରିବା ପରେ ମଧ୍ୟ କିଛି ମହାପଣ୍ଡିତ ଏହା ବିଷୟରେ ଯେଉଁ ଚର୍ଚ୍ଚା କରିଛନ୍ତି ତାହା ବନ୍ଦ ହେବା ଦରକାର। ସେପଟେ ବାହୁଡା ଯାତ୍ରା କିପରି ସୁରୁଖୁରୁ ହେବ ସେଥିପାଇଁ ଲୋକସଭା ଭବନରେ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ଏହି ବୈଠକ ବସିଥିବାବେଳେ ଉପମୁଖ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ସମୟରେ ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଅନ୍ୟପଟେ ବାହୁଡ଼ାକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସୁବିଧା ଦର୍ଶନ ହୋଇପାରିବ ତା ଉପରେ ସମ୍ପୂର୍ଣ ନଜର ରହିଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଯେଉଁଭଳି ଭାବେ ଭାଗଭାଗ ହୋଇ ବ୍ୟବସ୍ଥା କରାଯାଇଥିଲା ଠିକ୍ ସେହିଭଳି ଭାବେ ଗୁଣ୍ଡିଚାରେ ମନିଟରିଂ କରାଯିବ । ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ହେବ। ବାହୁଡ଼ା ଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ସୁରୁଖୁରରେ ହେବ ବୋଲି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!