Masthead

ରଥଯାତ୍ରା ଅଘଟଣ ଷଡ଼ଯନ୍ତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରଥଯାତ୍ରା ଅଘଟଣକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ରଥଯାତ୍ରା ଅଘଟଣ ଷଡଯନ୍ତ୍ର ବୋଲି କହିଲେ ପୃଥ୍ୱୀରାଜ ହରିଚନ୍ଦନ । ରଥଯାତ୍ରାରେ କୌଣସି ସମସ୍ୟା ନ ଥିଲା । କିଛି ଲୋକ ଜାଣି ଜାଣି ଷଡଯନ୍ତ୍ରରେ ଲିପ୍ତ ଥିଲେ । ମହାପ୍ରଭୁଙ୍କ ବିଭିନ୍ନ କଥା ନେଇ ସମାଲୋଚନା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କ ଷଡ଼ଯନ୍ତ୍ର ଶେଷ ହେବା ଦରକାର। ଖାଲି ସେତିକି ନୁହେଁ ଟାହିଆକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇମନ୍ତ୍ରୀ । କହିଛନ୍ତି ଟାହିଆ ନଥିବା ବାବଦରେ ଅଙ୍ଗଲାଗି ସେବାୟତ ସ୍ପଷ୍ଟ କରିବେ । ଜଗନ୍ନାଥ ସଂସ୍କୃତି ଅନନ୍ୟ ।

କୌଣସି ଜାଗାରେ ସମସ୍ୟା ନହୋଇଥିବା ସତ୍ତ୍ୱେ କ’ଣ ପାଇଁ ଟାହିଆ ଖୋଲାଯାଇଥିଲା ସେ ବାବଦରେ ଅଙ୍ଗଲାଗି ସେବାୟତ ସ୍ପଷ୍ଟ କରିବା ପରେ ମଧ୍ୟ କିଛି ମହାପଣ୍ଡିତ ଏହା ବିଷୟରେ ଯେଉଁ ଚର୍ଚ୍ଚା କରିଛନ୍ତି ତାହା ବନ୍ଦ ହେବା ଦରକାର। ସେପଟେ ବାହୁଡା ଯାତ୍ରା କିପରି ସୁରୁଖୁରୁ ହେବ ସେଥିପାଇଁ ଲୋକସଭା ଭବନରେ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ଏହି ବୈଠକ ବସିଥିବାବେଳେ ଉପମୁଖ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ସମୟରେ ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଜରୁରୀକାଳୀନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଅନ୍ୟପଟେ ବାହୁଡ଼ାକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସୁବିଧା ଦର୍ଶନ ହୋଇପାରିବ ତା ଉପରେ ସମ୍ପୂର୍ଣ ନଜର ରହିଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଯେଉଁଭଳି ଭାବେ ଭାଗଭାଗ ହୋଇ ବ୍ୟବସ୍ଥା କରାଯାଇଥିଲା ଠିକ୍ ସେହିଭଳି ଭାବେ ଗୁଣ୍ଡିଚାରେ ମନିଟରିଂ କରାଯିବ । ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ହେବ। ବାହୁଡ଼ା ଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ ସୁରୁଖୁରରେ ହେବ ବୋଲି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି