Masthead

ପଥର ଖାଦାନରେ ବିସ୍ଫୋରଣ

ଗୁଣୁପୁର, (ବଡ଼ ଖବର ବ୍ୟୁରୋ): ରାୟଗଡା ଜିଲ୍ଲା ଗୁଣୁପୁର ନିକଟସ୍ଥ ଓକିଲଗୁଡା ଗ୍ରାମ ଠାରେ ଥିବା ଏକ ବେଆଇନ ପଥର ଖାଦନରେ ଆଜି ଭୟଙ୍କର ବିସ୍ଫୋରଣ ଘଟି ୩ ଜଣ ଶ୍ରମିକ ଅତି ଶୋଚନୀୟ ଭାବେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତକ ୩ଜଣ ହେଲେ ଜଳତାର ପଞ୍ଚାୟତ ଲୁଙ୍ଗୁର ତାଳ ଗ୍ରାମର ଦୁଇ ଜଣ ଜମେଶ ଶବର ଓ କାଲବତୀ ଶବର ଏବଂ ଘନାନ୍ତ୍ରୀ ପଞ୍ଚାୟତ ସମ୍ପେନି ଗ୍ରାମର ବୁଡୁ ଶବର । ଏହି ବିସ୍ଫୋରଣରେ ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି। ଏହି ବିସ୍ଫୋରଣରେ ୫ ଜଣ ଆହତ ହୋଇଥିବା ବେଳେ ଏଥିରେ ଦୁଇ ଜଣ ଗୁରୁତର ରହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ, ତହସିଲଦାର, ବିଡ଼ିଓ, ଅଗ୍ନିଶମ ବିଭାଗ ଓ ଗୁଣୁପୁର ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଓ ଆହତଙ୍କ ପାଇଁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଉପଜିଲ୍ଲାପାଳ ଘୋଷଣା କରିଥିଲେ ।

ତେବେ ଏହି ପଥର ଖାଦନର କୌଣସି କାଗଜ ପତ୍ର ନ ଥିବା ଓ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ଓ ମୃତକଙ୍କୁ ଉଚିତ କ୍ଷତିପୂରଣ କିପରି ମିଳିପାରିବ ସେଥିପ୍ରତି ପଦକ୍ଷେପ ନିଆଯିବ ବୋଲି ଉପ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରମିକ ନେତା ତିରୁପତି ଗମାଙ୍ଗ ଏହା ଦୁର୍ଘଟଣା ନୁହେଁ ବିସ୍ଫୋରଣ ଘଟିଛି । ବେଆଇନ ଭାବେ ଏହା ଚାଲିଥିଲା । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ଓ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଡ଼ କାର୍ୟ୍ୟନୁଷ୍ଠାନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ