Before Header

ହିଂସାର ଯାଞ୍ଚ ଏନଆଇଏ କରୁ: ବିଜେପି

0 5

କୋଲକାତା (ବଡ଼ ଖବର ବ୍ୟୁରୋ):ପଶ୍ଚିମବଙ୍ଗର ହିଂସାକୁ ନେଇ ଏବେ ରାଜନୀତି ସରଗରମ । ଏହି ହିଂସାର ଯାଞ୍ଚ ସିଆଇଡିକୁ ଦିଆଯିବାକୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବିଜେପି ଏଥିରେ ସନ୍ତୁଷ୍ଟ ନାହିଁ । ଏହି ହିଂସାର ଯାଞ୍ଚ ଏନଆଇଏ କରୁ ବୋଲି ବିଜେପି ଦାବି କରିଛି । ବିଧାନସଭାରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ନେଇ ହାଇକୋର୍ଟରେ ଆବେଦନ କରିଛନ୍ତି ।

ଏଥିରେ ରାମନବମୀରେ ହୋଇଥିବା ହିଂସାକୁ ନେଇ ଏନଆଇଏ ଯାଞ୍ଚ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି । ହିଂସା ପାଇଁ ମମତା ବାନାର୍ଜୀଙ୍କ ତୁଷ୍ଟି କରଣ ରାଜନୀତିକୁ ଦାୟୀ କରିଛନ୍ତି । ଶୁଭେନ୍ଦୁ କହିଛନ୍ତି ମମତା ବାନାର୍ଜୀ ସରକାର ଦେଶ ବିରୋଧି ଶକ୍ତିକୁ ରୋକିବାକୁ ଅସମର୍ଥ ।

Leave A Reply

Your email address will not be published.