Masthead

ହାଇଦ୍ରାବାଦରେ ସନରାଇଜର୍ସର ରେକର୍ଡ

 

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ):ଆଇପିଏଲର ୧୭ତମ ସଂସ୍କରଣରେ ନୂଆ ରେକର୍ଡ କରିଛି ସନ ରାଇଜର୍ସ ହାଇଦ୍ରାବାଦ। ଆଇପିଏଲ ଇତିହାସରେ ସର୍ବାଧିକ ଦଳୀୟ ସ୍କର ହାସଲକାରୀ ଦଳ ବନିଛି ହାଇଦ୍ରାବାଦ। 20 ଓଭରରେ ୩ ୱିକେଟ ହରାଇ ୨୭୭ ରନ କରି ଆରସିବିର ରେକର୍ଡ ଭାଙ୍ଗିଛି ସନରାଇଜର୍ସ। ୨୦୧୩ରେ ଆରସିବି ୨୦ ଓଭରରେ ୫ ୱିକେଟ ହରାଇ ୨୬୩ ରନ କରିଥିଲା। ୧୧ ବର୍ଷ ପରେ ଆଜି ଆଜି ହାଇଦ୍ରାବାଦ ଉକ୍ତ ରେକର୍ଡ ଭାଙ୍ଗି ନିଜ ନାଁରେ କରିଛି ହାଇଦ୍ରାବାଦ।

ଦଳ ପକ୍ଷରୁ ଟ୍ରାଭିସ ହେଡ୍‌ ୨୪ ବଲରେ ୬୨ ରନ, ଅଭିଷେକ ଶର୍ମା ୨୩ ବଲରେ ୬୩, ଏଡେନ ମାର୍କରମ ୨୮ ବଲରେ ଅପରାଜିତ ୪୨ ଓ ହେନରିଚ କ୍ଲାସେନ ୩୪ ବଲରେ ୮୦ ରନର ଇନିଂସ ଖେଳିଛନ୍ତି। ଅଭିଷେକ ଶର୍ମା ମାତ୍ର ୧୬ ବଲରେ ୫୦ ରନ କରି ବ୍ୟକ୍ତିଗତ ଭାବେ ରେକର୍ଡ କରିଛନ୍ତି। ମୁମ୍ବାଇକୁ ରେକର୍ଡ ୨୭୮ ରନର ଟାର୍ଗେଟ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସର ଯଶପ୍ରୀତ ବୁମ୍ରାଙ୍କୁ ଛାଡ଼ି ଦେଲେ ଆଉ ସବୁ ବୋଲର ପ୍ରବଳ ରନ ଦେଇଛନ୍ତି। ବୁମ୍ରା ୪ ଓଭରରେ ୩୬ ରନ ଖର୍ଚ୍ଚ କରିଥିଲେ ହେଁ କୱେନା ମାଫାକା ୪ ଓଭରରେ ୬୬ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬ ରନ, ଗେରାଲ୍ଡ କୋଏଜି ୪ ଓଭରରେ ୫୭, ପୀୟୂଷ ଚାୱାଲା ୨ ଓଭରରେ ୩୪ ଓ ଶାମ୍ସ ମୁଲାନି ୨ ଓଭରରେ ୩୩ ରନ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ