Before Header

ବିଜେଡିର ଦ୍ବିତୀୟ ତାଲିକା ଘୋଷଣା

0 20,044

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ):୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ଦୁଇ ଥରରେ ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ।

ଦ୍ବିତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେଡି। ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଏବଂ ଯାଜପୁର- ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ। ପୂର୍ବରୁ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଏହାକୁ ନେଇ ମୋଟ ୧୫ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ।

ସେହିପରି ଭୁବନେଶ୍ୱରରୁ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଂଜରୁ ସୁଦାମ ମାରଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, କୋରାପୁଟରୁ କୌଶଲ୍ୟା ହିକକା, ନବରଙ୍ଗପୁରରୁ ପ୍ରଦୀପ ମାଝୀ ଓ ଆସିକାରୁ ରଂଜିତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ।

 

Leave A Reply

Your email address will not be published.