Masthead

ଆଜିଠୁ ଦେଶବ୍ୟାପୀ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ୫୦୮ଟି ରେଳ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ସହ ଅନ୍ୟ ସମସ୍ତ ଷ୍ଟେସନରେ ଅତିଥିମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଦୁଇ ରେଳ ରାଷ୍ଟମନ୍ତ୍ରୀ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି ହୋଇଛି । ଆଜିଠୁ ଦେଶବ୍ୟାପୀ ୫୦୮ ରେଳ ଷ୍ଟେସନର ପୁନର୍ବିକାଶ ହେବ । ୨୫ ହଜାର କୋଟି ଟଙ୍କା ବିନିମୟରେ ହେବ ପୁନର୍ବିକାଶ । ପୂରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି । ଦେଶରେ ଅତ୍ୟାଧୁନିକ ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଉଛି । ଅତ୍ୟାଧୁନିକ ସୁବିଧା ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ଗତ ୯ ବର୍ଷରେ ରେଲୱେରେ ରେକର୍ଡ ନିବେଶ ହୋଇଛି ।

ଉତ୍ତର ପୂର୍ବ ରାଜ୍ୟରେ ରେଲୱେର ବିସ୍ତାର ପାଇଁ ଗୁରୁତ୍ୱ ଦିଆଯାଇଛି । ଏହି ଷ୍ଟେସନ୍ ଗୁଡ଼ିକୁ ଅମୃତ ଭାରତ ଯୋଜନାରେ ବିକାଶ କରାଯିବ । ଏହି ତାଲିକାରେ ଓଡ଼ିଶାର ୨୫ଟି ଷ୍ଟେସନ୍ ରହିଛି । ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜ ଟେମ୍ପଲ ରୋଡରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନର ବିକାଶ ପାଇଁ ୧୯ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେହିପରି ୨୬ କୋଟି ୯୦ ଲକ୍ଷ ଟଙ୍କା ମଂଚେଶ୍ୱର ଷ୍ଟେସନ ବିକାଶ ପାଇଁ ଖର୍ଚ୍ଚ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ