Masthead

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ଚୋରି, ସିଆଇଡି ତଦନ୍ତ ନିର୍ଦ୍ଦେଶ

ହିମାଚଳ ପ୍ରଦେଶ (ବଡ଼ ଖବର ବ୍ୟୁରୋ): ଚୋରି ହୋଇଗଲା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା । କଥାଟି ଆଶ୍ଚର୍ଯ୍ୟ ଲାଗୁଛି ନା? ହଁ ଆମକୁ ମଧ୍ୟ ସେଇୟା ଲାଗିଲା । କାରଣ ସିଙ୍ଗଡ଼ା କେହି କ’ଣ ଚୋରୀ କରେ କି? ହେଲେ ଏହା ସତ । ସିଙ୍ଗଡ଼ା ଚୋରି ହୋଇଛି । ଏହା ପୁଣି ଅନ୍ୟ କେଉଁଠି ନୁହେଁ ଏଇ ଭାରତରେ । ଏତେ ଶୁଣିବା ପରେ ଆପଣଙ୍କ ମନକୁ ନିଶ୍ଚୟ ଆସୁଥିବ ଯେ କେଉଁଠି ଏମିତି ହେଲା । କିଏ ଚୋରି କଲା ସିଙ୍ଗଡ଼ା । ସିଙ୍ଗଡ଼ା ଚୋରିର ସିଆଇଡି ତଦନ୍ତ ହେବ । ହିମାଚଳ ପ୍ରଦେଶରୁ ଏଭଳି ଏକ ଖବର ଆସିଛି । ଅକ୍ଟୋବର ୨୧ରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିମଲା ସ୍ଥିତ ସିଆଇଡି ଡେଡ଼କ୍ୱାଟର ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ତାଙ୍କ ପାଇଁ ଓ ସୁରକ୍ଷା କର୍ମୀଙ୍କ ଲାଗି ମଗାଯାଇଥିଲା ସିଙ୍ଗଡ଼ା ଓ କେକ୍ । ଲକର ବଜାର ସ୍ଥିତ ଏକ ହୋଟେଲ ରେଡିସନ ବ୍ଲୁରୁ ଏକାଥିକ ବକ୍ସରେ ପ୍ୟାକିଂ କରି ଅଣାଯାଇଥିଲା ।

ଠିକ୍ ସମୟରେ ସିଙ୍ଗଡ଼ା ପରସା ଗଲା । ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ତାଙ୍କ ସୁରକ୍ଷା କର୍ମୀଙ୍କ ଦିଆଗଲା । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସିଙ୍ଗଡ଼ା ଦିଆନଯିବାରୁ ଯେ ସିଆଇଡି ତଦନ୍ତ ନିଦେ୍ର୍ଦଶ ହୋଇଛି । ସଂପୂର୍ଣ୍ଣ ଘଟଣା ଉପରେ ଯଦି ନଜର ପକାଇବା ଆଇଜି ରାକଙ୍କର ଜଣେ ଅଧିକାରୀ ସବ୍-ଇନିସପେକ୍ଟରଙ୍କୁ ସିଏମ ଆସିବାର ଖାଦ୍ୟା ଦାୟିତ୍ୱ ଦିଆଯାଇଥିଲ । ଏସଆଇ ପ୍ରତିବଦଳରେ ଏକ ଆସିଷ୍ଟାଂଟ ଏସଆଇ ଏବଂ ହେଡ କନେଷ୍ଟବଳ ଜଳଖିଆ ଆଣିବାକୁ ନିଦେ୍ର୍ଦଶ ଦେଇଥିଲେ । ସେହିମାନେ ଆଣିଥିଲେ ସିଙ୍ଗଡ଼ା ପ୍ୟାକିଂ ବକ୍ସ । ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ଗାୟବ ହୋଟିବା ବଡ଼ କଥା ନୁହେଁ । ଏଠି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନଙ୍କ ଦାୟିତ୍ୱହୀନତା । ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଯଦି ଏଭଳି ହେଉଛି ତାହେଲେ ତାଙ୍କ ସୁରକ୍ଷା ପ୍ରତି ବିପଦ ଏଥିରେ ଦ୍ୱିମତ ନାହିଁ । ଏହି ଘଟଣାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅତି ଗୁରୁତର ସହ ନେବାର ଆବଶ୍ୟକତା ଅଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା