Masthead

ମହାନଦୀ ହରାଉଛି ଅସ୍ତିତ୍ୱ, ଜୀବନ ଜୀବିକା ପ୍ରଭାବିତ

ସୋନପୁର (ବଡ଼ ଖବର ବ୍ୟୁରୋ):  ଓଡ଼ିଶାର ଜୀବନରେଖା ମହାନଦୀ ଧୀରେ ଧୀରେ ଅସ୍ତିତ୍ବ ହରାଇବାରେ ଲାଗିଛି । ଦିନକୁ ଦିନ ଜଳସ୍ତର କମି କମି ଯାଉଛି । ମହାନଦୀ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ୬୦ ପ୍ରତିଶତ ଲୋକ ପ୍ରଭାବିତ ହେଉଛନ୍ତି । ଇଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ଜୀବନରେଖା ମହାନଦୀ । ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଚାରିଆଡେ ଖାଲି ପଥର ଓ ବାଲି ଦେଖାଯାଉଛି ।

ଜିଲ୍ଲାରେ ୬୦ ପ୍ରତିଶତ ଲୋକ ମହାନଦୀର ଜଳ ଉପରେ ନିର୍ଭର କରୁଥିବାବେଳେ ଏବେ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏପରିକି ମହାନଦୀ ଶୁଖିଯିବାରୁ ଜିଲ୍ଲାରେ ତାପାମାତ୍ରା ମଧ୍ୟ ବୃଦ୍ଧି ପାଉଛି । ମହାନଦୀ ଉପରେ ନିର୍ଭର କରି ଚଳୁଥିବା ଚାଷୀ ତଥା ସାଧାରଣ ଲୋକ ଏବେଠୁ ଅସୁବିଧାର ସମ୍ମୁଖୀନ ହେଲେଣି । ତୁରନ୍ତ ବ୍ୟାରେଜ ନର୍ମାଣ ଦାବି କରିଛନ୍ତି ସାଧାରଣ ଲୋକ । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଶହେ କିଲୋମିଟର ବ୍ୟାପି ମହାନଦୀ ପ୍ରବାହିତ ହେଉଛି ।

ଜିଲ୍ଲାର ଉଲୁଣ୍ଡା ବ୍ଲକ କେଉଟୀପାଲି ଠାରୁ ଆରମ୍ଭ କରି ସୁବଣ୍ଣର୍ପୁର ସହର ଦେଇ ବୀରମହାରାଜପୁର ବ୍ଲକର ସୁବଳୟା ଯାଏଁ ପ୍ରାୟ ୨ ଲକ୍ଷ ଲୋକ ମହାନଦୀ ଉପରେ ନିର୍ଭର କରୁଛନ୍ତି । ପୂର୍ବରୁ ଗ୍ରୀଷ୍ମ ଋତୁରେ ମହାନଦୀରେ ୨୦ ରୁ ୩୦ ଫୁଟ ପାଣି ରହୁଥିବା ବେଳେ ଛତିଶଗଡରେ ବ୍ୟାରେଜ ନିର୍ମାଣ ପରେ ଧୀରେ ଧୀରେ ମହାନଦୀର ଜଳସ୍ତର କମି କମି ଯାଉଛି । ଜିଲ୍ଲାର ଜୀବନରେଖା ମହାନଦୀରେ ବ୍ୟାରେଜ ନିର୍ମାଣ ହେଲେ ଜଳସେଚନ ସୁବିଧା ସହିତ ତାପମାତ୍ରା ହ୍ରାସ ତଥା ମତ୍ସ୍ୟଚାଷ ଆଦି କରିବାର ସୁଯୋଗ ସୃଷ୍ଟି ହୋଇ ପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ