Masthead

ଦୀପ ତଳ ଅନ୍ଧାର

ମାହାଙ୍ଗା, (ବଡ଼ ଖବର ବ୍ୟୁରୋ): ଗାଁ ହେଉଛି ଦେଶର ଆତ୍ମା । ଗାଁର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ତାହା ସରକାରୀ ଫାଇଲ ତଳେ ଚାପି ହୋଇଯାଇଛି । ଗାଁକୁ ରାସ୍ତା ଅଛି ସତ କିନ୍ତୁ ଯାତାୟାତ କଥା କହିଲେ ନ ସରେ । ସ୍ୱାଧୀନତାର ୭୪ବର୍ଷ ପରେ ବି ଏବେ ଏମିତି କିଛି ଗାଁ ଅଛି ଯେଉଁଠି ରାସ୍ତା ଦେଖିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛୁ ଖୋଦ୍ ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳୀର କଥା। ମାହାଙ୍ଗା ପଞ୍ଚାୟତ ଯଶୁଆପୁର ଗ୍ରାମବାସୀଙ୍କ କହିବା ଅନୁଯାୟୀ ଭୋଟ୍ ଦେଇନୁ ବୋଲି ରାସ୍ତା କରିବେ ନାହିଁ କହୁଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜେନା। ଏହି ରାସ୍ତା ଯଶୁଆପୁର ଗାଁରୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଥାନାକୁ ସଂଯୋଗ କରୁଛି। ହେଲେ ରାସ୍ତା ଅବସ୍ଥା ଏପରି ହୋଇଛି ଯେ ଏଥିରେ ଆମ୍ବୁଲାନ୍ସ ଯାତାୟାତ କରିପାରୁ ନାହିଁ ।

ଲୋକେ ମେଡିକାଲ ଏବଂ ପୋଷ୍ଟ ଅଫିସ ଯିବାକୁ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କେହି ନ ଶୁଣିବା ଫଳରେ ଶେଷରେ ନିଜ ରୋଜଗାରରୁ ଗାଁ ଲୋକେ ମାଟି ଏବଂ ମୋରମ ପକାଇ ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ସବୁଠୁ ବଡ଼ କଥା ହେଲା ପଞ୍ଚାୟତକୁ ଆସିଥିବା ମନରେଗା ଯୋଜନା ଏଠି ପୂରା ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ମାହାଙ୍ଗା ପଞ୍ଚାୟତକୁ ମନରେଗା ଯୋଜନାରେ ଆସିଥିବା ଟଙ୍କା କେଉଁ କାମରେ ଲାଗିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଏହାର ଉତ୍ତର ମନ୍ତ୍ରୀ ଜେନା ରଖିବାକୁ ଗାଁ ଲୋକେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା