Masthead

ତାଲିବାନକୁ କଡା ଜବାବ ଦେଲେ ମାସୁଦ

କାବୁଲ(ବଡ଼ ଖବର ବ୍ୟୁରୋ):   ଆଫଗାନିସ୍ତାନର ପଞ୍ଜଶିରକୁ ନେଇ ତାଲିିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଛି । ଗତକାଲି ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ନେଇ ଦାବି କରିଥିଲା । ସେଠାରେ ତାଲିବାନ ନିଜ କ୍ଷମତା ସୁନିଶ୍ଚିନ୍ତ କରିଥିବା ନେଇ କିଛି ଗଣମାଧ୍ୟମ ରିର୍ପୋଟରୁ ଜଣାପଡିଥିଲା । କେବଳ ଏତିକି ନୁହେଁ ନିଜକୁ ଆଫଗାନସ୍ତାନର ରାଷ୍ଟ୍ରପତି କହୁଥିବା ଅମରୁଲ୍ଲା ସାଲେହ ପଞ୍ଜଶିର ଛାଡି ପଳାଇଥିବା ଖବର ମଧ୍ୟ ପ୍ରକାଶ ପାଇଥିଲା । ହେଲେ ଏହାକୁ ଖଣ୍ଡନ କରିଥିଲେ ନିଜେ ଅମରୁଲ୍ଲା ସାଲେହ । ସେ କହିଥିଲେ ଯେ,ମୁଁ ଏବେ ବି ପଞ୍ଜଶିରରେ ଅଛି । ପଞ୍ଜଶିର ଉପତ୍ୟାକାକୁ ତାଲିବାନ ଦଖଲ କରିଥିବା ଖବର ସମ୍ଫୂର୍ଣ୍ଣ ମିଥ୍ୟା । ମିଳିଥିବା ସୂଚନା ଅନୁଯାୟୀ , ଏବେ ବି ପଞ୍ଜଶିରର ବିଭର୍ନ୍ନ ସ୍ଥାନରେ ତାଲିବାନ ଓ ନର୍ଦ୍ଦନ ଆଲିଆନ୍ସ ମଧ୍ୟରେ ଜୋରଦାର ଲଢେଇ ଚାଲିଛି ।

ସେପଟେ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ ଅହମଦ ମାସୁଦ ତାଲିବାନକୁ କଡା ଚେତାବନୀ ଦେଇଛନ୍ତି । ଆଉ କହିଛନ୍ତି, ପଞ୍ଜଶିରବାସୀ କେବେବି ତାଲିବାନ ସମ୍ମୁଖରେ ଆତ୍ମସର୍ମପଣ କରିବେ ନାହିଁ । ଆମେ ତାଲିବାନ ବିରୋଧରେ ଲଢେଇ ଜାରି ରଖିଛୁ ଆଉ ଆଗକୁ ବି ଜାରି ରଖିବୁ । ଆମେ କେବେ ହେଲେ ନିରାଶ ହେବୁ ନାହିଁ । ନିଜ ସ୍ୱଧୀନତା ଆଉ କାହା ହାତରେ ଟେକି ଦବୁ ନାହିଁ । ନିଜ ଅଧିକାର ପାଇଁ ସ୍ୱର ଉଠାଉଛନ୍ତି ପଞ୍ଜଶିରବାସୀ । ଏହା ଏକ ଲମ୍ବା ଲଢେଇ । ଆମେ ଲଢେଇ କରିବାକୁ ପ୍ରସ୍ତୁତ ଅଛୁ । ସବୁ ସମୟରେ ଆମେ ତାଲିବାନୀଙ୍କ ବିରୋଧରେ ଲଢିବା ପାଇଁ ତୟାର ଅଛୁ । ଲଢିବା ଛାଡିଦେଲେ ବିଫଳତା ମିଳିଥାଏ । ଆମ ଲୋକମାନେ କେବେ ହେଲେ ଆଶା ହରେଇବେ ନାହିଁ । ଆମେ ସମସ୍ତେ ଏକ ସୁନ୍ଦର ଓ ମୁକ୍ତ ଆଫଗାନସ୍ତାନ ଗଠନ କରିବାକୁ ଆଗକୁ ବଢିବୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼