Masthead

‘ରାଜ୍ୟରେ ୧୨ ଟି ବିଶ୍ୱବିଦ୍ୟାଳୟରେ ୨୪୩ ଟି ଶିକ୍ଷକ ପଦବୀ ମଧ୍ୟରୁ ୧୮୧ ଟି ପଦବୀ ଖାଲି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏକ ତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ। କହିଛନ୍ତି ବିଶ୍ଵବିଦ୍ୟାଳୟରେ ୫୭% ଶିକ୍ଷକ ଓ ୫୮% ଅଣ ଶିକ୍ଷକ ପଦବୀ ଖାଲି ରହିଛି । ରାଜ୍ୟର ପ୍ରତିଷ୍ଠିତ ୧୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଧରଣୀଧର ଏବଂ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ କୌଣସି ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀକୁ ମଞ୍ଜୁରୀ ଦିଆଯାଇ ନଥିବାବେଳେ, ଅବଶିଷ୍ଟ ୧୨ ବିଶ୍ୱବିଦ୍ୟାଳୟରୁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ମଞ୍ଜୁରୀ ପ୍ରାପ୍ତ ୬ଟି ପ୍ରଫେସର ୧୨ଟି ଆସୋସିଏଟ ପ୍ରଫେସର ଏବଂ ୩୨ ଆସିଷ୍ଟାଣ୍ଟ ପ୍ରଫେସର, ସମୁଦାୟ ୫୦ ଟି ପଦବୀ ମଧ୍ୟରୁ ଗୋଟେ ବି ପଦବୀ ପୂରଣ ହୋଇନାହିଁ ।

ଏହି ପୂରାତନ ବିଶ୍ୱବିଦ୍ୟାଳୟରେ କେବଳ ୭ଜଣ ଅଣଶିକ୍ଷକ ପଦବୀରେ ପାଠ ପଢାଯାଉଛି । ରାଜ୍ୟରେ ୧୨ ଟି ବିଶ୍ୱବିଦ୍ୟାଳୟରେ ୨୪୩ ଟି ଶିକ୍ଷକ ପଦବୀ ମଧ୍ୟରୁ ୧୮୧ ଟି ପଦବୀ ଖାଲି । ଅର୍ଥାତ ୫୬.୯୩ ପ୍ରତିଶତ ପଦବୀ ଖାଲି ପଡିଛି । ତେବେ ଅଣଶିକ୍ଷକ ପଦବୀ ୨୬୯୩ଟି ମଧ୍ୟରୁ ୧୫୩୪ ପଦବୀ ଖାଲି ପଡିଛି । ଅର୍ଥାତ ୫୮.୧୨ ପ୍ରତିଶତ ପଦବୀ ଖାଲି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ