Masthead

ରାଜ୍ୟରେ ଗଡ଼ିବ ବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ବଢ଼ିଲା ଆଂଶିକ ଲକଡାଉନ୍। ଅଗଷ୍ଟ ୧ ଯାଏ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିବ। ସାରା ରାଜ୍ୟରେ ଲକଡାଉନ୍ ସମୟରେ ବସ୍ ଚାଲିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ପୂର୍ବଭଳି ଜିଲ୍ଲା ଗୁଡ଼ିକୁ ଦୁଇଟି କ୍ୟାଟେଗୋରୀରେ ରଖାଯାଇଛି। କ୍ୟାଟେଗୋରୀ-ଏ’ରେ ୨୦ଟି ଓ କ୍ୟାଟେଗୋରୀ-ବି’ରେ ୧୦ଟି ଜିଲ୍ଲା ରହିଛନ୍ତି। କ୍ୟାଟେଗୋରୀ-ଏ’ରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ସାତଦିନ ଯାଏ ଦୋକାନ ଖୋଲିବ।

ସେହିପରି କ୍ୟାଟେଗୋରୀ-ବି’ରେ ସପ୍ତାହକୁ ୫ ଦିନ ଦୋକାନ ଖୋଲିବ। ପୂର୍ବଭଳି କ୍ୟାଟେଗୋରୀ-ବି’ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍ ବଳବତ୍ତର ରହିବ। ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରେ ଏବେବି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ସପ୍ତାହକ ସାତଦିନ ଯାଏ ସକାଳ ୬ଟାରୁ ରାତି ୮ଟା ଯାଏ ଦୋଦାକ ବଜାର ଖୋଲିବ। ସେହିପରି କ୍ୟାଟେଗୋରୀ-ବି’ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବ। ଏହି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ମଧ୍ୟ ବଳବତ୍ତର ରହିବ। ତେବେ କ୍ୟାଟେଗୋରୀ-ବି’ରେ ପୂର୍ବଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ