Masthead

ରଗବୀ ଦଳର ପ୍ରାୟୋଜକ ହେବ ଓଡ଼ିଶା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ହକି ପରେ ଏବେ ଜାତୀୟ ରଗବୀ ଦଳର ପ୍ରାୟୋଜକ ହେବ ଓଡ଼ିଶା । ଏନେଇ ଆଜି ଓଡ଼ିଶା ସରକାର ଓ ଇଣ୍ଟିଆନ ରଗବୀ ଫୁଟବଲ ୟୁନିୟନ ମଧ୍ୟରେ ଚୁକ୍ତି ହୋଇଛି । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଉଭୟ ଭାରତୀୟ ପୁରୁଷ ଓ ମହିଳା ରଗବୀ ଟିମକୁ ରାଜ୍ୟ ସରକାର ସହାୟତ କରିବେ । ଓଡ଼ିଶା ସରକାର କେବଳ ଟିମର ପ୍ରାୟୋଜକ ସାଜିବ ନାହିଁ, ଖେଳାଳିଙ୍କୁ ଉଚ୍ଚସ୍ତରୀୟ ଟ୍ରେନିଂ ଓ କଣ୍ଡିସନିଂ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବ ।

ଆଜି ଏହି କାର୍ଯ୍ୟକର୍ମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଡାଇରେକ୍ଟର କମ ଆଡିସନାଲ ।ସକ୍ଟ୍ରେଟାରୀ ଭିନାଲ କ୍ରିଷ୍ଣା ଓ ଇଣ୍ଟିଆନ ରଗବୀ ଫୁଟବଲ ୟୁନିୟନର ସଭାପତି ମେନକ ଉନୱାଲାଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମ ଠାରେ ଏହି ଚୁକ୍ତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ କ୍ରୀଡା ସଚିବ ବିଶାଲ ଦେବ୍, ଇଣ୍ଟିଆନ ରଗବୀ ଫୁଟବଲ ୟୁନିୟନର ସିଇଓ ନାସିର ହୁସେନ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଓଡ଼ିଶା ଜାତୀୟ ହକି ଉଭୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ଭାବେ ୨୦୧୭ ରେ ଜାତୀୟ ହକି ସହ ଚୁକ୍ତି କରିଛି । ହକିରେ ପ୍ରାୟୋଜକ ହେବା ସହ ୨୦୧୮ରେ ହକି ବିଶ୍ୱକପ କରି ବିଶ୍ୱରୁ ପ୍ରଶଂସା ସାଉଁଟିଥିଲେ ରାଜ୍ୟ ସରକାର । ଏବେ ରଗବୀ ଦଳର ପ୍ରାୟୋଜକ ହୋଇ ରଗବୀ ଖେଳାଳୀଙ୍କୁ ସମସ୍ତ ସୁବିଧା ଯୋଗାଇଦେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ