Masthead

ରଥଯାତ୍ରା ପାଇଁ ଆସିଲା ନିୟମାବଳୀ

ପୁରୀ (ବଡ଼ ଖବର ବ୍ୟୁରୋ): ରଥଯାତ୍ରା ପାଇଁ ଆସିଲା ନିୟମାବଳୀ । । ବଡଦାଣ୍ଡରେ ୧୪୪ ଧାରା ଜାରି ରହିବ । ରଥଯାତ୍ରା ସମୟରେ ଲଜ୍, ହୋଟେଲ ଓ ଧର୍ମଶାଳାରେ ରହିପାରିବେନି ପର୍ଯ୍ୟଟକ । ଏଥିପାଇଁ ଲଜ ଓ ଧର୍ମଶାଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଡଦାଣ୍ଡର ଦୁଇପାଖରେ ଥିବା କୋଠା ଛାତ ଉପରେ କେବଳ ସଂପୃକ୍ତ ଘରର ସଦସ୍ୟ ରହିପାରିବେ । ବାହାର ଲୋକଙ୍କୁ ଏଥିଲାଗି ଅନୁମତି ଦିଆଯିବନାହିଁ ।

ଘରେ ଥିବା ପରିବାର ଲୋକଙ୍କ ସର୍ଭେ କରାଯିବ । ଆଇନଶୃଙ୍ଖଳା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବ । ଗୁଣ୍ଡିଚାଠାରୁ ନୀଳଦ୍ରିବିଜେ ଯାଏଁ ରଥ ନିକଟରେ ସ୍ୱତନ୍ତ୍ର ଆଲୋକୀକରଣ ହେବ । ରଥଯାତ୍ରା ପୂର୍ବରୁ ୩ ହଜାର ସେବାୟତ, ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ମନ୍ଦିର କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ଜିଲ୍ଲାପାଳଙ୍କ ସହ ସେବାୟତ ନିଯୋଗର ବୈଠକ ପରେ ଏହି ନିଷ୍ପତି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ