Masthead

ଭୁଲରେ ନିଜ ଅଞ୍ଚଳରେ ବୋମା ବିସ୍ଫୋରଣ କଲା ରୁଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାରି ରହିଛି ରୁଷ-ୟୁକ୍ରେନ ଯୁଦ୍ଧ । ଆଗକୁ ଆହୁରି ଚାଲିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଏବେ ଆସିଛି ଆଉ ଏକ ଖବର । ଗୁରୁବାର ରୁଷିଆ ୟୁକ୍ରେନ ସୀମାକୁ ଲାଗିଥିବା ନିଜ ସହର ବେଲଗରଦ ଉପରେ ଭୁଲରେ ଆକ୍ରମଣ କରିଛି ରୁଷ । ଏହି ବିସ୍ଫୋରଣରେ କୋଠାବାଡ଼ି ନଷ୍ଟ ହୋଇଯାଇଛି । ୨ ମହିଳା ଅହୋତ ହୋଇଛନ୍ତି । ଯାହା ରାଷ୍ଟ୍ରାୟତ ନୁ୍ୟଜ୍ ଏଜେନସି ‘ଟାସ୍’ ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ରିପୋର୍ଟ ପ୍ରକାଶ ପାଇଛି ।

ବିସ୍ଫୋରଣ ହେତୁ ବେଲଗରଦର ମୁଖ୍ୟ ରାସ୍ତାଗୁଡ଼ିକ ମଧ୍ୟରୁ ଗୋଟିକରେ ୨୦ ମିଟର୍ ଆକାରର ଗାତ ହୋଇଥିବା କଥା ବେଲଗରଦର ଆଞ୍ଚଳିକ ଗଭର୍ଣ୍ଣର୍ ଭିଆଚେସ୍ଲାଭ୍ ଗ୍ଲାଦକୋଭ୍ କହିଛନ୍ତି। ଏହି ଘଟଣା ପରେ ସେ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ବି ଘୋଷଣା କରିଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୟୁକ୍ରେନ୍ ସୀମାନ୍ତ ଆରପଟେ ଥିବା ବେଲଗରଦର ଅଞ୍ଚଳ ଉପରେ ଉଡ଼ିଯାଉଥିବା ବେଳେ ବାୟୁସେନାର ସୁଖୋଇ ସୁ-୩୪ ବିମାନ ଭୁଲକ୍ରମେ କ୍ଷେପଣାସ୍ତ୍ରଟିଏ ଛାଡ଼ି ଦେଇଥିଲା। ଏହି ବିସ୍ଫୋରଣ ଯୋଗୁଁ ୨ଜଣ ମହିଳା ଆହତ ହୋଇଥିବା କଥା ଭିଆଚେସ୍ଲାଭ୍ ଗ୍ଲାଦ୍କୋଭ୍ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ