Before Header

ୟୁକ୍ରେନ ଉପରେ ଋଷର ବୋମାମାଡ଼, ୨୧ ମୃତ

0 30

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ। ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୟୁକ୍ରେନ ଏହି ଡ୍ରୋନ ଆକ୍ରମଣ କରାଇଥିବା ଋଷର ଅଭିଯୋଗ ହୋଇଛି। ଋଷ ପକ୍ଷରୁ ଜାରି କରାଯାଇଥିବା ବୟାନରେ ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରିବା ଲାଗି ତାଙ୍କ ବାସଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ। ଏହି ହମଲା ପରେ ଋଷ ଓ ୟୁକ୍ରେନ ମଧ୍ୟରେ ବଢିଛି ବିବାଦ। ୟୁକ୍ରେନ ଉପରେ ହମଲା ଜୋରଦାର କରିଛି ଋଷ । ଖେରସନର ସୁପରମାର୍କେଟ ଓ ରେଳ ଷ୍ଟେସନ ଉପରେ ରକେଟ ହମଲାରେ ୨୧ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହେବା ସହ ୫୦ଜଣ ଆହତ ହୋଇଛନ୍ତି ।

ରାଜଧାନୀ କିବରେ ମଧ୍ୟ ଲଗାତାର ବିସ୍ଫୋରଣ ଜାରି ରହିଛି । ପୁରା ସହରରେ ଏୟାର ରେଡ ଆଲର୍ଟ ଜାରି କରାଯାଇଛି। ହେଲେ ଋଷ ଉପରେ ଡ୍ରୋନ ଉଡିବା ଘଟଣା ନୂଆ ନୁହେଁ। ଗତମାସରେ କିରେଭସ୍କ ସହର ଉପରେ ଉଡୁଥିବା ଏକ ଡ୍ରୋନକୁ ଖସାଇ ଦିଆଯାଇଥିଲା। ଗତ ଫେବ୍ରୁଆରୀରେ ମସ୍କୋଠାରୁ ୧୦୦ କିଲୋମିଟର ଦୂର ଗୁବସ୍ତୋଭୋ ସହର ଉପରେ ଉଡୁଥିବା ଏକ ଡ୍ରୋନକୁ ବି ଖସାଇଥିଲେ ମସ୍କୋବାହିନୀ।

ସେପଟେ ପ୍ରତିଆକ୍ରମଣ କରି ୨ଟି ଡ୍ରୋନକୁ ନଷ୍ଟ କରାଯାଇଛି ବୋଲି ଋଷ ସେନା ପକ୍ଷରୁ କୁହାଯାଇଛି । ଆକ୍ରମଣ ପରେ ବି ପୁଟିନ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଆକ୍ରମଣ ପରେ ପୁଟିନ ନିଜ ଆବାସରେ ଥିବା ବଙ୍କର ଭିତରେ ରହି କାମ କରିବେ ବୋଲି କୁହାଯାଇଛି । ଅନ୍ୟପଟେ ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ କରିଥିବା ଅସ୍ଵୀକାର କରିଛି ୟୁକ୍ରେନ। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି କ୍ରେମଲିନ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଜେଲେନସ୍କି କହିଛନ୍ତି ଅନ୍ୟ ଉପରେ ଆକ୍ରମଣ କରିବା ଅପେକ୍ଷା ନିଜ ଦେଶର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବା ଉଚିତ ଭାବୁଛି।

Leave A Reply

Your email address will not be published.