Masthead

‘ଦ କେରଲା ଷ୍ଟୋରି’କୁ ‘ଏ’ ସାର୍ଟିଫିକେଟ, ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ‘ଦ କେରଲା ଷ୍ଟୋରି’କୁ ମିଳିଲା ‘ଏ’ ସାର୍ଟିଫିକେଟ । ସେନ୍ସର ବୋର୍ଡ ଏହି ସାର୍ଟିଫିକେଟ ପ୍ରଦାନ କରିଛି । ସେପଟେ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ମେ ୫ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି । ତେବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି) ଏହି ଚଳଚ୍ଚିତ୍ରର ୧୦ଟି ଦୃଶ୍ୟ କାଟି ଦେଇଥିବା ଜଣାପଡ଼ିଛି। ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦନଙ୍କ ସାକ୍ଷାତକାର ଦୃଶ୍ୟ ସେଥିରୁ କାଟି ଦିଆଯାଇଛି ।

ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ, କେତେକ ସ୍ଥାନରେ କିଛି ଶବ୍ଦ, ବାକ୍ୟ ବା ସଂଳାପକୁ ମଧ୍ୟ କାଟିଦିଆଯାଇଛି। ଗୋଟିଏ ସଂଳାପରେ ଥିଲା ‘ଭାରତୀୟ କମ୍ୟୁନିଷ୍ଟମାନେ ହେଉଛନ୍ତି ସବୁଠୁ ବଡ଼ କପଟାଚାରୀ’ ଏବଂ ଏଥରୁ ଭାରତୀୟ ଶବ୍ଦଟିକୁ କାଟି ଦିଆଯାଇଛି। ଏକ ଟିଭି ସାକ୍ଷାତକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ ଏକ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ, କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି। ସିବିଏଫ୍‌ସି ଏହି ସାକ୍ଷାତକାରକୁ କାଟିଦେବାକୁ ଆଦେଶ ଦେଇଥିଲେ।

ନଭେମ୍ବର ୨୦୨୨ରେ ଚଳଚ୍ଚିତ୍ରର ଟିଜର ପ୍ରକାଶ ପାଇବା ପରଠାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଚଳଚ୍ଚିତ୍ରରେ ଶାଳିନୀ ଉନ୍ନିକୃଷ୍ଣନ ଓରଫ ଫାତିମା ବା ହେଉଛନ୍ତି ଏକ ଚରିତ୍ର। ରାଜ୍ୟର ୩୨,୦୦୦ ମହିଳାଙ୍କୁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟରେ ନିଯୁକ୍ତି ଦିଆଯାଇଛି ଏବଂ ଧର୍ମାନ୍ତରିତ ଫାତିମା ତାଙ୍କ ଭିତରୁ ଜଣେ ବୋଲି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ବର୍ତ୍ତମାନ କେରଳ ସରକାର ଓ ବିରୋଧୀ ଦଳ ନେତାମାନେ ରାଜ୍ୟରେ ‘ଦ କେରଳ ଷ୍ଟୋରି’କୁ ନିଷିଦ୍ଧ କରିବା ପାଇଁ ଦାବି କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦଦେଇଛନ୍ତି । ଏହି ମାମଲାକୁ ନେଇ ପ୍ରଥମେ ହାଇକୋର୍ଟ ଯିବାକୁ ଖଣ୍ଡପୀଠ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା