Masthead

ବାଣ ବ୍ୟାନକୁ ବିରୋଧ କଲେ ସଦଗୁରୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବାଣ ଫୁଟାଇବା ନେଇ ସାରା ଦେଶରେ ବର୍ତ୍ତମାନ ବିବାଦ ଲାଗିରହିଛି । କିଏ ବାଣକୁ ସମର୍ଥନ କରୁଥିବା ବେଳେ ଆଉ କିଏ ଏହା ବିରୋଧରେ ବାହାରିଛି । ଏହା ମଧ୍ୟରେ ବାଣ ବ୍ୟାନକୁ ବିରୋଧ କରିଛନ୍ତି ସଦଗୁରୁ । ଭିଡିଓ ଜାରି କରି ପିଲାମାନଙ୍କୁ ବାଣ ଫୁଟାଇବାକୁ ଦିଆଯାଉ ବୋଲି ସଦଗୁରୁ କହିଛନ୍ତି । ସେପଟେ ସାରା ଦେଶରେ ବାଣ ଫୁଟାଇବାକୁ ନେଇ ବିବାଦ ଚାଲୁଥିବାବେଳେ ସଦଗୁରୁ ଏପରି ବୟାନ ଦେଇଛନ୍ତି । ଯାହାଫଳରେ ଏହା ଦେଶର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବାଣ ଫୁଟାଇବାରୁ ପିଲାମାନଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ । ପିଲାମାନେ ଖୁସିରେ ବାଣ ଫୁଟାଇଲେ ଯେ ପ୍ରଦୂଷଣ ବଢିଯାଉଛି ସେକଥା ନୁହେଁ ବୋଲି ସଦଗୁରୁ କହିଛନ୍ତି ।

ଯେଉଁମାନେ ବାଣ ଯୋଗୁ ଚିନ୍ତିତ ଅଛନ୍ତି ସେମାନଙ୍କୁ ବିକଳ୍ପ ବାଟ ଦେଖାଇଛନ୍ତି ସଦଗୁରୁ। ସମ୍ପୃକ୍ତ ବ୍ୟକ୍ତିମାନେ ଘରେ ନହରି ୩ ଦିନ ଅଫିସ ଯିବାକୁ ପରାମର୍ଶ ଦେଇଛନ୍ତି ସଦଗୁରୁ ଏହି ସମୟରେ ପିଲାମାନଙ୍କୁ ଉତ୍ସବ ମନାଇବାକୁ ଦିଆଯାଉ ବୋଲି ସଦଗୁରୁ ଯୁକ୍ତି ବାଢ଼ିଛନ୍ତି। ଏନେଇ ସଦଗୁରୁ ଟ୍ୱିଟ୍ କରିବା ସହ ବାଣ ବ୍ୟାନକୁ ବନ୍ଦ କରାଯାଉ ବୋଲି ସେ ଲେଖିଛନ୍ତି । ଏକ ଭିଡିଓ ସମ୍ବଳିତ ଟ୍ୱିଟ୍ କରି ସଦଗୁରୁ କହିଛନ୍ତି ଯେ, ମୁଁ ଦୀର୍ଘ ବର୍ଷ ହେଲା ବାଣ ଫୁଟାଇ ନାହିଁ। କିନ୍ତୁ ମୁଁ ଯେତେବଳେ ଛୋଟ ଥିଲି ଆମେ ଦୀପାଳିରେ ଭରପୂର ମଜା ଉଠାଉଥିଲୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର