Masthead

ପଙ୍ଗୁ କରିଦେଲେ

ସାଲେପୁର (ବଡ଼ ଖବର ବ୍ୟୁରୋ): ଭଲ କରିବା ବଦଳରେ କରିଦେଲେ ପଙ୍ଗୁ । ଅପରେସନ ପରେ ପଙ୍ଗୁ ହୋଇଗଲା ଗାଈ । ଏଗଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ ବାଲିସାହି ଗାଁରୁ । ପ୍ରାଣୀ ଡାକ୍ତର ଗାଈର ଖଲିଆ ଅପରେସନ କରି ଗାଈକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ହେଉଛନ୍ତି ସାଲେପୁର ବାଲିସାହି ଗାଁର ପରୀକ୍ଷିତ ବେହେରା। ପରୀକ୍ଷିତ ବେହେରାଙ୍କ ଗାଈର ଖଲିଆ ରୋଗଥିଲା । ଗାଈକୁ ଭଲ କରିବା ପାଇଁ ପରୀକ୍ଷିତ ସାଲେପୁର ପ୍ରାଣୀ ଡାକ୍ତର ବିବେକାନନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଥିଲେ। ଡାକ୍ତର ତାଙ୍କୁ ଅପରେସନ ପାଇଁ ପରାମର୍ଶ ଦେଇଥିଲେ। ପରେ ଡାକ୍ତର ପରୀକ୍ଷିତଙ୍କ ଠାରୁ ୨ହଜାର ଟଙ୍କା ନେଇ ଅପରେସନ କରିଥିଲେ।

ଗାଈ ମଧ୍ୟ ଭଲ କ୍ଷୀର ଦେଉଥିଲା। କ୍ଷୀର ବିକି ପରୀକ୍ଷିତ ପରିବାର ଚଳୁଥିଲା। ହେଲେ ଅପରେସନ ପରେ ଗାଈ ଭଲହେବା ବଦଳରେ ଦିନକୁ ଦିନ ଅସୁସ୍ଥ ହେବାକୁ ଲାଗିଲା। ଫଳରେ ଗାଈଟି ଏବେ ଚାଲିବା ପରିବର୍ତେ୍ତ ଶୋଇ ରହୁଛି । ଏଭଳି ଅଵସ୍ଥା ଦେଖି ଗାଈ ମାଲିକ ପରୀକ୍ଷିତ ଡାକ୍ତର ବାବୁଙ୍କୁ ଯୋଗାଯୋଗ କଲେ ମଧ୍ୟ ସେ ତାଙ୍କ ଫୋନ ଉଠାଉ ନାହାନ୍ତି କି ଯୋଗାଯୋଗରେ ରହୁନାହାନ୍ତି। ପରେ ପରୀକ୍ଷିତ ଡାକ୍ତର ବିବେକାନନ୍ଦ ସାହୁଙ୍କୁ ଭେଟି ସମସ୍ତ କଥା କହିଥିଲେ । ପରେ ଡାକ୍ତର ଗାଳିଗୁଲଜ କରିଥିବା ପରୀକ୍ଷିତ ବେହେରା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଗାଈର ଉଚିତ ମୂଲ୍ୟ ମଧ୍ୟ ଦାବିକରିଛନ୍ତି। ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ