Masthead

ସମର୍ଥ ହତ୍ୟା ମାମଲା, ପୁଣି ଜଣେ ଅଟକ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ସମର୍ଥ ହତ୍ୟା ମାମଲା । ପୁଣି ଜଣେ ଅଟକ । ବୁର୍ଲାରୁ ଜଣଙ୍କୁ ଉଠାଇ ଆଣିଲା ଝାରସୁଗୁଡ଼ା ପୋଲିସ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ପୋଲିସ ଉଠାଇ ଆଣିଛି ତାହା ଜଣାପଡ଼ି ନାହିଁ । ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଅପହରଣ ପରେ ବୁର୍ଲାର ଏକ ଘରେ ସମର୍ଥକୁ କିଛି ସମୟ ରଖାଯାଇଥିଲା । ଏହି ଘଟଣାରେ ପୋଲିସ ପୂର୍ବରୁ ୨ ଗିରଫ ଅଭିଯୁକ୍ତଙ୍କୁ ରାତିରେ ବୁର୍ଲା ଓ ଭେଡେନ ଆଣିଥିଲା ।

ସେପଟେ ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଶନିବାର ଝାରସୁଗୁଡ଼ା ପୁଲିସ ବୁର୍ଲାରୁ ଧରିବା ସହ ତାକୁ ପଚରାଉଚରା ଚଳାଇଛି।ଅଭିଯୁକ୍ତମାନେ କିଭଳି ଭାବେ ଝାରସୁଗୁଡ଼ାରୁ ସମର୍ଥଙ୍କୁ ଅପହରଣ କରି ବୁର୍ଲା ଆଣିଥିଲେ, ସେଠାରୁ ପୁଣି ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳକୁ ନେଇ ସେଠାରେ ହତ୍ୟା କରିବା ପରେ ପୋଡ଼ି ଦେଇଥିଲେ, ସେନେଇ ପୁଲିସ ସମ୍ମୁଖରେ ସେମାନେ ସମ୍ପୂର୍ଣ୍ଣ ଘଟଣାର ସିନ୍‌ ରିକ୍ରିଏସନ୍‌ କରିଛନ୍ତି। ଅଭିଯୁକ୍ତଙ୍କୁ ନେଇ ଝାରସୁଗୁଡ଼ା ପୁଲିସ ଏହି ୩ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତଦନ୍ତ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ