Masthead

ସାମ୍ନାକୁ ଆସିଲା ସମୀର ୱାଙ୍ଖଡେଙ୍କ ଅସଲି ନାଁ

(ବଡ଼ ଖବର ବ୍ୟୁରୋ) :  ସାମ୍ନାକୁ ଆସିଲା ସମୀର ୱାଙ୍ଖଡେଙ୍କ ଅସଲି ନାଁ । ସମୀରଙ୍କ ପ୍ରକୃତ ନାଁ ହେଉଛି ‘ସମୀର ଦାଉଦ ୱାଙ୍ଖଡେ’ । ନିଜ ନାଁ ବଦଳେଇ ଦେଇଛନ୍ତି ଏହି ଏନସିବି ଅଧିକାରୀ । ଜାଲ ପ୍ରମାଣପତ୍ର ତିଆରି କରି ପାଇଛନ୍ତି ସରକରୀ ଚାକିରି । ଏଭଳି ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକ । ସୂଚନା ଅନୁଯାୟୀ, ଆର୍ୟନ ଖାନ ମାମଲାରେ ତଦନ୍ତ କରୁଥିବା ଏନସିବି ନିର୍ଦ୍ଦେଶକ ୱାଙ୍ଖଡେଙ୍କୁ ନେଇ କରିଛନ୍ତି ଖୁଲାସା ।

ତେବେ ଟ୍ୱିଟ କରି ନୱାବ ମଲିକ ଏକ ଜନ୍ମ ପ୍ରମାଣପତ୍ର ସେୟାର କରିଛନ୍ତି । ଏହି ଜନ୍ମପ୍ରମାଣ ପତ୍ରରେ ତାଙ୍କ ବାପାଙ୍କ ନାଁ ଦାଉଦ କେ ୱାଙ୍ଖଡେ ଲେଖା ଅଛି । ତେବେ ଧର୍ମ ସ୍ଥାନରେ ମୁସଲିମ ଲେଖା ହୋଇଥିବା ଦେଖିବାକୁ ମିଳିଛି । ପରେ ପୁଣି ନୱାବ ମଲିକ ଦ୍ୱିତୀୟ ଟ୍ୱିଟରେ ସମୀରଙ୍କ ଜନ୍ମ ପ୍ରମାଣପତ୍ରର ଫଟୋ ସେୟାର କରିଛନ୍ତି । ଏହି କ୍ୟାପସେନରେ ସେ ଲେଖିଛନ୍ତି ସମୀର ଦାଉଦ ୱାଙ୍ଖଡେଙ୍କ ଠକେଇ ଏଠାରୁ ହିଁ ଆରମ୍ଭ ହୋଇଥିଲା ।

ଏହି ଜନ୍ମ ପ୍ରମାଣପତ୍ରରେ ସେ ମୁସଲିମ ବୋଲି ଜଣାପଡିଛି । ସେ ଭୁଲ ଢଙ୍ଗରେ ସଂରକ୍ଷଣ ସୁଯୋଗ ନେଇ ଭାରତୀୟ ରାଜସ୍ୱ ସେବାରେ ଚାକିରି ହାସଲ କରିଥିବା ଦାବି ହେଉଛି । ଆର୍ଥାତ ସଂରକ୍ଷଣ ଉଦ୍ଦେଶ୍ୟରେ ସେ ନିଜ ଧର୍ମକୁ ଲୁଚାଇ ରଖିଥିଲେ ବୋଲି ଅଭିଯୋଗ ହୋଇଛି । ସେପଟେ ଏହି ଟୁଇଟ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ସମୀର ୱାଙ୍ଖଡେଙ୍କ ପ୍ରଥମ ବିବାହର ଫଟୋ ଭାଇରଲ ହେଉଛି । ସମୀରଙ୍କ ପ୍ରଥମ ପତ୍ନୀଙ୍କ ନାଁ ଡକ୍ଟର ଶବାନା କୁରେଶ । କ୍ରାନ୍ତି ରେଡକର ତାଙ୍କର ଦ୍ୱିତୀୟ ପତ୍ନୀ । ପରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମୀର ୱାଙ୍ଖଡେ । ଜବାବରେ କହିଛନ୍ତି, ତାଙ୍କ ବିରୋଧରେ ହୀନ ରାଜନୀତି ଆରମ୍ଭ ହୋଇଛି । ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି