ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପ ଏମପି ସଞ୍ଜୟ ସିଂ ଶୁକ୍ରବାର ଏକ ପ୍ରେସ କନଫରେନ୍ସ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅବକାରୀ ନୀତି ମାମଲାର ଯାଞ୍ଚକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଯଦି ଏତେ କଷ୍ଟ ଲାଗୁଛି ତେବେ କେଜରିୱାଲ, ମନିଷ ଓ ସତ୍ୟେନ୍ଦ୍ରଙ୍କୁ ବିଷ ପୁଡିଆ ଦେଇ ଦିଅ। ସଞ୍ଜୟ କହିଛନ୍ତି, ଇଡିର ଯାଞ୍ଚ କେମିତି ମିଥ୍ୟା କହୁଛି ତାହାର ସତ୍ୟତା ପ୍ରକାଶ କରୁଛି।
ବିଜେପି ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ବାରମ୍ବାର ଯେଉଁ କଥା କହୁଛି ଯେ ୧୪ ଫୋନ ସିମ ନଷ୍ଟ କରି ଦିଆଯାଇଛି । କିନ୍ତୁ ଇଡି ଏହାକୁ ନେଇ ଯେଉଁ ରିପୋର୍ଟ ଦାଖଲ କରିଛି , ଏ ସମସ୍ତ ଫୋନ ଏବେବି କାର୍ଯ୍ୟକ୍ଷମ ରହିଛି। କୌଣସି ସିମ ନଷ୍ଟ ହୋଇନାହିଁ।