Masthead

ସର୍ବସ୍ୱାନ୍ତ କରୁଛି ସଟ୍ଟା ବେପାର

କେସିଙ୍ଗା, (ବଡ଼ ଖବର ବ୍ୟୁରୋ): କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲାର ପ୍ରବେଶପଥ ତଥା ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଭାବରେ ଜଣାଶୁଣା। ଏହି ସହରରେ ସବୁ ଶ୍ରେଣୀର ଲୋକ ବାସ କରନ୍ତି। ଅଧିକାଂଶ ଲୋକ ଗରିବ ତଥା ଦିନମଜୁରିଆ। କମ୍ ସମୟ ମଧ୍ୟରେ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ଏହି ଶ୍ରେଣୀର ଲୋକମାନେ ସଟ୍ଟାକୁ ନିଜର ପେସା ଭାବେ ଗ୍ରହଣ କରିଛନ୍ତି। କେସିଙ୍ଗା ସହରର ବଗାଡ଼ରୁ ଆରମ୍ଭ କରି ବୋରିଂପଦର ପର୍ଯ୍ୟନ୍ତ ଓ ଅନ୍ୟାନ୍ୟ ଗାଁଗୁଡ଼ିକୁ ଏହା ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହି କାରବାରର ଚେର କେସିଙ୍ଗାରୁ ଆରମ୍ଭ ହୋଇ ରାୟପୁର ପର୍ଯ୍ୟନ୍ତ ଲମ୍ବିଥିବା ଆଲୋଚନା ହେଉଛି। ବର୍ତ୍ତମାନ କରୋନା ଭଳି ମହାମାରୀ ସମୟରେ ଅଧିକ ପାଇବା ନିଶାରେ ଗରିବ ଲୋକେ ନିଜର ସମସ୍ତ କଷ୍ଟ ଉପାର୍ଜିତ ଧନକୁ ଏହି ସଟ୍ଟା ଖେଳରେ ଲଗାଇ ସର୍ବସ୍ୱାନ୍ତ ହେଉଥିବା ଦେଖିବାକୁ ମିଳିଛି।

କେସିଙ୍ଗା ସହରରେ ମୁଖ୍ୟତଃ ତିନିରୁ ଚାରି ଜଣ ବୁକି ଏହି ଖେଳକୁ ନିୟନ୍ତ୍ରଣ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ଏହି ବୁକିମାନେ ପ୍ରାୟ ସମସ୍ତ ଗାଁ ଓ ସମସ୍ତ ସାହିରେ କିଛି କିଛି ଲୋକଙ୍କୁ ଏହି କାମରେ ନିୟୋଜିତ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିବା ଶୁଣିବାକୁ ମିଳୁଛି। ପୂର୍ବରୁ କାଗଜ କଲମରେ ଏହି ସଟ୍ଟା କାରବାର ଚାଲୁଥିବା ବେଳେ ବର୍ତ୍ତମାନ ଏହା ମୋବାଇଲ ଦ୍ଵାରା ନିୟନ୍ତ୍ରଣ ହେଉଛି। ମୋବାଇଲରେ ଏହି କାରବାର ଚାଲୁଥିବାରୁ ପୋଲିସ ଏହାର ଟେର ମଧ୍ୟ ପାଉନାହିଁ। ଏହି ଖେଳରୁ ବୁକିମାନେ ଦିନକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ଗରିବ ଲୋକେ ନିଜର ସମସ୍ତ ସମ୍ପତ୍ତି ବିକ୍ରି କରି ସର୍ବସ୍ୱାନ୍ତ ହେଉଥିବା ଦେଖିବାକୁ ମିଳୁଛି। ବୁକିମାନେ ନିଜ ନିଜ ଭିତରେ ପ୍ରତିଯୋଗିତା କରୁଥିବାରୁ କେତେକ ସମୟରେ ସଟ୍ଟା ଖେଳୁଥିବା ଏଜେଣ୍ଟମାନେ ପୋଲିସ ହାବୁଡ଼ରେ ପଡ଼ିବା ନଜିର ମଧ୍ୟ ରହିଛି। ଦେଖାଯାଉ କେବେ ପୋଲିସ ବିଭାଗ ଏହି ସଟ୍ଟା ଖେଳକୁ ବନ୍ଦ କରିବା ଓ ଏହି ଖେଳର ମୁଖ୍ୟ ସୂତ୍ରଧରମାନଙ୍କୁ ଧରିବାରେ ସଫଳ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି