ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ସିନ୍ଦେଙ୍କ ବଡ଼ ବୈଠକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ରରେ ମହାଡ୍ରାମା । ଘଡିକେ ଛୁଟୁଛି ଘୋଡ଼ା । ଦାଦା ବନାମ ପୁତୁରା ଲଢେଇ କେତେବେଳେ କେଉଁ ମୋଡ଼ ନେଉଛି ତାହା ଜଣାପଡ଼ୁନାହିଁ । କାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ହୋଇଥିଲା ବଡ଼ ବୈଠକ । ଏକାଠି ବୈଠକ କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ଏହି ବୈଠକ ୩ ଘଣ୍ଟା ଧରି ଚାଲିଥିଲା। ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ବି ଉପସ୍ଥିତ ଥିଲେ। ତେବେ ଦେବେନ୍ଦ୍ର ଫଡନଭିସ ପ୍ରବେଶ କରିବାର ଏକ ଘଣ୍ଟା ନଅ ମିନିଟ ପରେ ଅଜିତ ପାୱାର ବର୍ଷା ଆବାସରେ ପ୍ରବେଶ କରିଥିଲେ। ଏକ ଘଣ୍ଟା ପୂର୍ବରୁ ସଭା ଶେଷ କରିବା ପରେ ସେ ତାଙ୍କ ଦେବଗିରି ବାସଭବନକୁ ଚାଲିଗଲେ। ଏହି ବୈଠକରେ କ୍ୟାବିନେଟ ସମ୍ପ୍ରସାରଣ ଉପରେ ଆଲୋଚନା ହୋଇଥିବା କୁହାଯାଉଛି।

ତିନି ନେତା ଏକାଠି ବୈଠକ କରିବା ପରେ ରାତି ଗୋଟାଏ ୩୦ରେ ଅଜିତ ପାୱାର ସିନ୍ଦେଙ୍କ ବାସଭବନରୁ ବାହାରିଥିବାବେଳେ ଫଡନାଭିସ ରାତି ୨ଟାରେ ବାହାରିଥିଲେ । ଏବେ ବିଭାଗ ବଣ୍ଟନ ହେବାର ଅଛି । ଅଜିତ ପାୱାରଙ୍କ ଗୋଷ୍ଠୀ କିଛି ବିଭାଗ ଦାବି କରୁଥିବା ଜଣାପଡିଛି । ଯାହାକୁ ନେଇ ତିନି ଦଳ ମଧ୍ୟରେ ବୁଝମଣା ହେଉଛି । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଜିତ ପାୱାର ଗୋଷ୍ଠୀ ସରକାରରେ ସାମିଲ ହେବା ପରେ ଶିବସେନାର ଅନେକ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ