Masthead

ସ୍ୱାଧୀନତାର ମହାନ ବଳିଦାନର ଗାଥା ରକ୍ତତୀର୍ଥ ଇରମ

ଭାରତର (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତା ସଂଗ୍ରାମରେ ଅନେକ ଝାସ ଦେଇଛନ୍ତି । ସଂଗ୍ରାମୀଙ୍କ ରକ୍ତରେ ଲାଲ ହୋଇଛି ଭାରତମାତାର କାନି । ଇତିହାସ ପୃଷ୍ଠା ଓଲଟାଇଲେ ଓଡ଼ିଶାର ଇରମରେ ଇଂରେଜ ସରକାରର ନରସଂହାର ଏବେ ବି ପ୍ରତିଟି ଭାରତୀୟଙ୍କୁ ଜାତିପ୍ରେମ ଓ ଦେଶପ୍ରେମର ବାର୍ତ୍ତା ବାଣ୍ଟି ଚାଲିଛି । ଦେଶପ୍ରେମ ଆଗରେ ଜୀବନ ତୁଚ୍ଛ । ଜୀବନ ଯାଉପଛେ ଦେଶ ସ୍ୱାଧୀନ ହେଉ । ଇଂରେଜ ହଟନ୍ତୁ । ଏହି ଭାବଧାରାରେ ଉଦବୁଦ୍ଧ ହୋଇଥିଲେ ବାଲେଶ୍ୱର ଜିଲ୍ଲା ଅଧୁନା ଭଦ୍ରକ ଜିଲ୍ଲାର ସଂଗ୍ରାମୀମାନେ । ସେମାନଙ୍କ ହୃଦୟରେ ପ୍ରତିମୁହୂର୍ତ୍ତରେ ବାପୁଙ୍କ ବାଣୀ ପ୍ରତିଧ୍ୱନିତ କରୁଥିଲା । ମରିବୁ ପଛେ ହଟିବୁ ନାହିଁ । ୧୯୪୨ ମସିହା ସେପ୍ଟେମ୍ବର ୨୮ । ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିବା ଶହ ଶହ ସ୍ୱାଧୀନତା ସଂଗ୍ରାମୀ ବର୍ତ୍ତମାନର ଭଦ୍ରକ ଜିଲ୍ଲା ବାସୁଦେବପୁରର ଇରମ ମେଳନ ପଡିଆରେ ଏକଜୁଟ ହୋଇଥିଲେ ।

ଇଂରେଜ ସରକାରଙ୍କ ବିରୋଧରେ ଯୋରଦାର ନାରାବାଜୀ କରିଥିଲେ । ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଇରମ । ହଠାତ ଗୋରା ସିପାହୀ ସେଠାରେ ପହଞ୍ଚô ଅଖିବୁଜା ଗୁଳିମାଡ଼ କରିଥିଲେ । କେହି କିଛି ବୁଝିବା ଆଗରୁ ଟଳି ପଡିଲେ ୨୯ସ୍ୱାଧୀନତା ସଂଗ୍ରାମୀ । ଆହତ ହୋଇଥିଲେ ୫୬ ଜଣ । ରକ୍ତ ରଂଜିତ ହୋଇଥିଲା ଇରମ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ମଧ୍ୟ ଥିଲେ । ସେଦିନର ମହାସଂଗ୍ରାମ ଲେଖିଥିଲା ସ୍ୱାଧୀନତାର ଆଉ ଏକ ନୂଆ ଅଧ୍ୟାୟ । ଇଂରେଜ ବିରୋଧରେ ଲୋକେ ଅଧିକରୁ ଅଧିକ ସଂଖ୍ୟାରେ ଏକଜୁଟ ହେଲେ । ଟଳମଳ ହୋଇପଡିଥିଲା ଇଂରେଜ ଶାସନ । ପୂର୍ଣ୍ଣ ସ୍ୱାଧୀନତା ଦାବିରେ ଶୁଭୁଥିଲା ବଜ୍ରନାଦ । ସ୍ୱାଧୀନତା ପାଇଁ ସଂଗ୍ରାମୀଙ୍କ ବଳିଦାନର ମୁକସାକ୍ଷୀ ହୋଇ ରହିଛି ଇରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ