Masthead

ନିର୍ବାଚନ ପାଇଁ ୩୩ ହଜାର ପୋଲିସ କର୍ମଚାରୀ ମୁତୟନ ହେବେ: ଡିଜିପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ପ୍ରେସମିଟ । ଆଇନଶୃଙ୍ଖଳା ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ହିଂସା ଉପରେ ଜିରୋ ଟଲେରେନ୍ସ ନୀତି ଅବଲମ୍ବନ କରାଯାଇଥିବା ଡିଜି ସୂଚନା ଦେଇଛନ୍ତି । ମୋଟ୍ ୯୧୬୨ଟି ପୋଲିଂ ଷ୍ଟେସନ ହୋଇଛି । ୨୦% କ୍ରିଟିକାଲ ସ୍ଥାନ । ସେଥି ମଧ୍ୟରୁ ୫୫୬ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ମୋଟ ୩୩ ହଜାର ପୋଲିସ ଫୋର୍ସ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନରେ ନିୟୋଜିତ ହେବେ । ୧୧ ଜିଲ୍ଲାରେ ୬୫୫ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛନ୍ତି ।

ଏହାଛଡା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨୫୭ଟି ଫ୍ଲାଇଁ ସ୍କ୍ୱାର୍ଡ ଓ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ସେହିପରି ଜାନୁଆରି ପ୍ରଥମ ସପ୍ତାହରୁ ଆଜି ଯାଏଁ ୫୫ଟି ଆଂଟି ନକ୍ସଲ ଅପରେସନ ହୋଇଛି । ଅପରାଧୀଙ୍କ ବିରୋଧରେ ୩୪ ହଜାର ଗିରଫ ଦାରି ଜାରି ହେବା ସହ ୪ ହଜାର ପଳାତକଙ୍କ ବିରୋଧରେ ଲଟକା ଲାଗିଛି । ୭ ଜଣଙ୍କୁ ଏନଏସଏରେ ବୁକ କରାଯାଇଛି । ୨୩୬ ଜଣଙ୍କ ଠାରୁ ବେଆନ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ମୋଟ ୮୭ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି । ଏହାଛଡା ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତିଜନକ ପୋଷ୍ଟ ହଟାଯାଉଥିବା ପୋଲିସ ଡିଜି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 ଘରେ ପଶି ଦଳିଦେଲା ଦନ୍ତା 🔴 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ Z ସୁରକ୍ଷା 🔴 ହୋମ୍‌ଗାର୍ଡ ସଂଘ ସଭାପତିଙ୍କ ଆତ୍ମାହୁତି ଧମକ 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା!