Masthead

ମାନବିକତା ଦେଖାଇଲେ ୧୦୮ଆମ୍ବୁଲାନ୍ସ ଡ୍ରାଇଭର,ଗର୍ଭବତୀଙ୍କୁ ୮କିମି କାନ୍ଧରେ ବୋହିଲେ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ବଣ୍ଡା ଘଟିରୁ ଆସିଲା ଅଭାବନୀୟ ଚିତ୍ର । ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ । ଖଇରପୁଟ ବ୍ଲକ ବଣ୍ଡାଘାଟି ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ କିଚପଡା ଗାଁର ବାବୁ କିର୍ଷାନିଙ୍କ ସ୍ତ୍ରୀ ଶୁକ୍ରୀ କିର୍ଷାନିଙ୍କର ଆଜି ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକେ ।

କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ପ୍ରାୟ ୮କିମି ଦୂରରେ ଅଟକି ରହିଯାଇଥିଲା । ଚାଷବାସ ସମୟ ଥୁବାରୁ ଗାଁରେ କୌଣସି ଲୋକ ଉପସ୍ଥିତ ନଥିଲେ । ତେଣୁ ବିଳମ୍ବ ନକରି ନିଜେ ଆମ୍ବୁଲାନ୍ସ ଡ୍ରାଇଭର ନରେସ ସର୍ଦ୍ଦାର ଗାଁକୁ ଯାଇ କାଉଡ଼ିରେ ଭାର କରି ଶୁକ୍ରୀଙ୍କୁ ଆମ୍ବୁଲାନ୍ସ ପର‌୍ୟ୍ୟନ୍ତ ଆଣିଥିଲେ ।

ସେଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ଶୁକ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ପରାମର୍ଶ କ୍ରମେ ପୁଣି ତାଙ୍କୁ ମାଥିଲି ମେଡିକାଲରେ ପହଞ୍ଚାଇଛନ୍ତି ନରେସ । ଏଭଳି ସେବା ମନବୃତି ପାଇଁ ସବୁ ମହଲରେ ପ୍ରଶଂସା ସାଉଁଟୁଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ନରେଶ ସର୍ଦାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା