ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶିମିଳିପାଳରୁ ଆସିଲା ଖୁସିର ଖବର । ଓଡ଼ିଶା ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ପୁଣି ଖୁସିର ପରିବେଶ ସୃଷ୍ଟି ହୋଇଛି । ବାଘୁଣୀ ଜିନ୍ନତ ମାଆ ହୋଇଛି । ୨୦୨୪ ନଭେମ୍ବରରେ ମହାରଷ୍ଟ୍ରର ତଡ଼ବ- ଅନ୍ଧାରୀ ଅଭୟାରଣ୍ୟରୁ ଶିମିଳିପାଳ ଆସିଥିଲା ଜିନ୍ନତ । ଗତ ୨୮ ତାରିଖରେ ସେ ୪ଟି ଛୁଆ ଜନ୍ମ ଦେଇଥିଲା । ମାଆ ସହ ଛୁଆର ଗତିବିଧି ଉପରେ ବନବିଭାଗ ନିରନ୍ତର ନଜର ରଖିଛି । ଆଉ ଏବେ ପୁଣି ଥରେ ଜିନ୍ନତ ମାଆ ହୋଇଛି । ଯାହାକୁ ନେଇ ବନ୍ୟପ୍ରାଣୀ ପ୍ରେମିଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ଏହାକୁ ବନବିଭାଗ ଅଧିକାରୀ ଏକ ଐତିହାସିକ ସଫଳତା ରୂପେ ଆଶା କରିଛନ୍ତି । ସେପଟେ ଜିନ୍ନତ ମାଆ ହେବାକୁ ନେଇ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭାରତ ଇତିହାସରେ ଶିମିଳିପାଳ ଆଉ ପାଦେ ଆଗେଇଛି । ଏକ ଖୁସିର ଆଶା ନେଇ ଆସିଛିା ମାଆ ଓ ଛୁଆ ଦୁହେଁ ସୁସ୍ଥ ଅଛନ୍ତି । ବର୍ତ୍ତମାନ ବାଘ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି ସେଥି ମଧ୍ୟରେ ଅନ୍ୟ କେତେକ ଛୁଆ ବାଘ ଅଛନ୍ତି ସେମାନେ ଏବେ ଟାଇଗର ଫୋର୍ସଙ୍କ ସୁରକ୍ଷାରେ ।
