Masthead

ଶାହାରୁଖଙ୍କ ପୁଅକୁ ମୁକ୍ତି ନାହିଁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ବେଲ । ତାଙ୍କୁ ଏବେ ଜେଲରେ ରହିବାକୁ ପଡିବ । କୃଜ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ଜାମିନ ନାମଞ୍ଜୁର କରି ଦେଇଛନ୍ତି ମୁମ୍ବାଇ କୋର୍ଟ । ତାଙ୍କ ସମେତ ମୁନମୁନ ଧମେଜା, ଅରବାଜଙ୍କ ଜାମିନ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ । ଜାମିନ ପାଇଁ ଆର୍ଯ୍ୟନଙ୍କ ଓକିଲଙ୍କୁ ବର୍ତ୍ତମାନ ସେସନ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିବ । ଏହା ପୂର୍ବରୁ ଆଜି ଏହି ମାମଲାର ଶୁଣାଣି ସମୟରେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦ କୋର୍ଟଙ୍କୁ କହିଥିଲେ ଯେ ଜାମିନ ପ୍ରଦାନ କରିବାର ମାଜିଷ୍ଟ୍ରେଟ କୋର୍ଟଙ୍କର କ୍ଷମତା ରହିଛି । ଏବେ ଜାମିନ ଶୁଣାଣି ପୂର୍ବରୁ ହିଁ ଆର୍ଯ୍ୟନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ଆର୍ଯ୍ୟନଙ୍କ ସମେତ ୮ ଅଭିଯୁକ୍ତଙ୍କ ସହ ସେ ଜେଲ ପହଞ୍ଚିଛନ୍ତି । ଜେଲ ପଠାଇବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଏନସିବି ଡାକ୍ତରି ଯାଞ୍ଚ କରିଛି । ପୁରୁଷ କଏଦିଙ୍କୁ ଆର୍ଥୋଡ ଜେଲ ନିଆଯାଇଥିବା ବେଳେ ମହିଳା କଏଦିଙ୍କୁ ବାଇକୁଲା ଜେଲ ପଠାଇ ଦିଆଯାଇଛି । ସେପଟେ ଆର୍ଯ୍ୟନ ଜେଲ ପହଞ୍ଚିବା ପରେ ବେଶ ଭୟଭୀତ ହୋଇଯାଇିବା ଜଣା ପଡିଛି । ଏବେ ଆର୍ଯ୍ୟନଙ୍କୁ ଜେଲରେ କ୍ୱାରେଣ୍ଟାଇନ ସେଲରେ ରଖାଯାଇଛି । ତେବେ ଗତ ୩ ତାରିଖରେ ଗୋଆ ଯାଉଥିବା ଏକ କୃଜ ପାର୍ଟି ଉପରେ ଏନସିବି ଚଢାଉ କରିଥିଲା । ଏଥିରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ତାଙ୍କ ବନ୍ଧୁ ମୁନମୁନ ଧମେଜା ଏବଂ ଅରବାଜଙ୍କୁ ଗିରଫ କରାଯାଇଥିଲା । ପରେ ଆଉ ୫ ଅଭିଯୁକ୍ତଙ୍କୁ ଏନସିବି ଧରିଥିଲା । ସେମାନଙ୍କୁ ପଚରାଉଚରା କରିବା ପରେ ଡ୍ରଗ୍ସ ମାମଲାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ