କଟକ(ବଡ଼ ଖବର ବ୍ୟୁରୋ): ମାହାଙ୍ଗା ନାବାଳିକା ଘଟଣା ନେଇଛି ଏକ ଭିନ୍ନ ମୋଡ । ଅଡିଓ ଭାଇରାଲ ପରେ ବିଜେଡିର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କୁ ଦଳରୁ ନିଲମ୍ବିତ କରିଦିଆଯାଇଛି । ଶରତ ନାୟକଙ୍କୁ ସସପେଣ୍ଡ କଲେ କଟକ ଜିଲ୍ଲା ବିଜେଡି ସଭାପତି । ମହିଳା ଆୟୋଗ ତରଫରୁ ଏସପିଙ୍କୁ ତଦନ୍ତ ପାଇଁ କହିଥିଲେ ସୁଦ୍ଧା ଘଟଣା ର ମୁଖ୍ୟ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଗ୍ରାମବାସୀ ମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି ।