ପାକିସ୍ତାନରେ ସେହବାଜ ସରକାର ପତନ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ଆର୍ଥିକ ସଙ୍କଟ ପରେ ଏବେ ଦେଖାଦେଇଛି ରାଜନୈତିକ ସଙ୍କଟ । ପାକିସ୍ତାନରେ ସେହବାଜ ସରକାରଙ୍କ ପତନ ହେବା ନେଇ ଆକଳନ କରାଯାଇଛି । ସେହବାଜ ସରିଫଙ୍କ ପରିବାରରେ ସୃଷ୍ଟି ହୋଇଛି କନ୍ଦଳ । ସରିଫ ପରିବାରିକ ଦଳ ଅର୍ଥାତ କ୍ଷମତାସୀନ ପିଏମ୍‌ଏଲ୍‌ ଦଳରେ ପୁଣିଥରେ ବଡ଼ ଧରଣର ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ନିଜ ଦାଦା ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ବର୍ତ୍ତମାନର ସରକାରଠାରୁ ନିଜକୁ ଅଲଗା କରିବାକୁ ମରିୟମ ନୱାଜ ଘୋଷଣା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ସରକାର ପିଏମଏଲର ନୁହଁନ୍ତି। ନୱାଜ ସରିଫ ପାକିସ୍ତାନରେ ଥିବାବେଳେ ଆମେ ସରକାର ଗଢ଼ିବୁ।

ପାକିସ୍ତାନର ଗଣମାଧ୍ୟମରେ ଏକ ବଡ଼ ଆଲୋଚନା ହେଉଛି ନୱାଜ ସରିଫଙ୍କ ଜ୍ୱାଇଁ ଅର୍ଥାତ ମରିୟମଙ୍କ ସ୍ୱାମୀ ଅବସର ପ୍ରାପ୍ତ କ୍ୟାପଟେନ ମୋହମ୍ମଦ ସଫଦାର ପାର୍ଟିରେ ଏନେଇ ଉପଯୁକ୍ତ ପରିବେଶ ସୃଷ୍ଟି କରୁଛନ୍ତି। ସେହବାଜ ସରିଫଙ୍କୁ ବଦଳାଇବା ଏବଂ ତାଙ୍କ ପତ୍ନୀ ମରିୟମଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କରିବା ପାଇଁ ସଫଦର ଏକ ଅଭିଯାନ ଚଳାଉଛନ୍ତି। ସେପଟେ ପାକିସ୍ତାନର ପ୍ରଥମରୁ ଦରଦାମ୍ ବୃଦ୍ଧିକୁ ନେଇ ଜନଅସନ୍ତୋଷ ଲାଗି ରହିଛି । ଏପରି ସ୍ଥିତିରେ ସେହବାଜ୍ ସରିଫ୍‌ ସରକାରଙ୍କ ପାଇଁ ଏବେ ମାରିୟମ୍‌ଙ୍କ ବିଦ୍ରୋହ ଡବଲ୍ ଚାଲେଞ୍ଜ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’