Masthead

ପାକିସ୍ତାନରେ ସେହବାଜ ସରକାର ପତନ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ଆର୍ଥିକ ସଙ୍କଟ ପରେ ଏବେ ଦେଖାଦେଇଛି ରାଜନୈତିକ ସଙ୍କଟ । ପାକିସ୍ତାନରେ ସେହବାଜ ସରକାରଙ୍କ ପତନ ହେବା ନେଇ ଆକଳନ କରାଯାଇଛି । ସେହବାଜ ସରିଫଙ୍କ ପରିବାରରେ ସୃଷ୍ଟି ହୋଇଛି କନ୍ଦଳ । ସରିଫ ପରିବାରିକ ଦଳ ଅର୍ଥାତ କ୍ଷମତାସୀନ ପିଏମ୍‌ଏଲ୍‌ ଦଳରେ ପୁଣିଥରେ ବଡ଼ ଧରଣର ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ନିଜ ଦାଦା ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ବର୍ତ୍ତମାନର ସରକାରଠାରୁ ନିଜକୁ ଅଲଗା କରିବାକୁ ମରିୟମ ନୱାଜ ଘୋଷଣା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ସରକାର ପିଏମଏଲର ନୁହଁନ୍ତି। ନୱାଜ ସରିଫ ପାକିସ୍ତାନରେ ଥିବାବେଳେ ଆମେ ସରକାର ଗଢ଼ିବୁ।

ପାକିସ୍ତାନର ଗଣମାଧ୍ୟମରେ ଏକ ବଡ଼ ଆଲୋଚନା ହେଉଛି ନୱାଜ ସରିଫଙ୍କ ଜ୍ୱାଇଁ ଅର୍ଥାତ ମରିୟମଙ୍କ ସ୍ୱାମୀ ଅବସର ପ୍ରାପ୍ତ କ୍ୟାପଟେନ ମୋହମ୍ମଦ ସଫଦାର ପାର୍ଟିରେ ଏନେଇ ଉପଯୁକ୍ତ ପରିବେଶ ସୃଷ୍ଟି କରୁଛନ୍ତି। ସେହବାଜ ସରିଫଙ୍କୁ ବଦଳାଇବା ଏବଂ ତାଙ୍କ ପତ୍ନୀ ମରିୟମଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କରିବା ପାଇଁ ସଫଦର ଏକ ଅଭିଯାନ ଚଳାଉଛନ୍ତି। ସେପଟେ ପାକିସ୍ତାନର ପ୍ରଥମରୁ ଦରଦାମ୍ ବୃଦ୍ଧିକୁ ନେଇ ଜନଅସନ୍ତୋଷ ଲାଗି ରହିଛି । ଏପରି ସ୍ଥିତିରେ ସେହବାଜ୍ ସରିଫ୍‌ ସରକାରଙ୍କ ପାଇଁ ଏବେ ମାରିୟମ୍‌ଙ୍କ ବିଦ୍ରୋହ ଡବଲ୍ ଚାଲେଞ୍ଜ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ