Masthead

ଜଳୁଛି ଶିମିଳିପାଳ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ସଙ୍କଟରେ ଶିମିଳିପାଳ । ହୁ ହୁ ଜଳୁଛି ଶିମିଳିପାଳ। ଚିନ୍ତାରେ ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲାରେ ପାରଦ ବଢ଼ି ୪୫ ପାର ହେଇ ସାରିଲାଣି । ଫଳରେ ଶିମିଳିପାଳ ଅଭୟାରଣ୍ୟର ୧୦୦ରୁ ଅଧିକ ସ୍ଥାନରେ ନିଆଁ ଲାଗି ସାରିଲାଣି । ନିଆଁ ପୂରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବାରୁ ବନ୍ୟ ପ୍ରାଣୀଙ୍କ ଜୀବନ ସହ ଔଷଧୀୟ ବୃକ୍ଷ ,ଗୁଳ୍ମ ମଧ୍ୟ ସଙ୍କଟରେ ରହିଛି ।

ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବେଳକୁ ତତ୍ପରତା ଦେଖାଇଛି ବନ ବିଭାଗ । ସେପଟେ ଶନିବାର ଅପେକ୍ଷା ରବିବାର ରାଜ୍ୟରେ ବନାଗ୍ନି ବୃଦ୍ଧି ପାଉଥିବା ଜଣାପଡିଛି। ଗୋଟିଏ କି ଦୁଇଟି ଜିଲାରେ ଜଙ୍ଗଲ ଜଳୁନାହିଁ, ବରଂ ୧୮ଟି ଜିଲାରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। କେଉଁ ରେଞ୍ଜରେ ସପ୍ତାହେ ହେଲା ତ ଆଉ କେଉଁ ରେଞ୍ଜରେ ୪ଦିନ ହେବ ନିଆଁ ଜଳୁଥିଲେ ମଧ୍ୟ ଅଦ୍ୟାବଧି ଆୟତ୍ତକୁ ଆସିପାରିନାହିଁ। ତାତି ଯେତେ ବଢିବାରେ ଲାଗିଛି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ସେତେ ହୁତୁହୁତୁ ହୋଇ ଜଳୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ