Masthead

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା, ଗିରଫ ହେଲେ ଶିବଶଙ୍କର ଦାସ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା । ଗିରଫ ହେଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ । ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଗିରଫ କଲା ପୋଲିସ । କୋର୍ଟରେ ଜାମିନ ନାମଞ୍ଜୁର ପରେ ଶିବଶଙ୍କରଙ୍କୁ ଜେଲ୍‌ ପଠାଗଲା । କାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର ଓରଫ ପିଣ୍ଟୁ । ଆକ୍ରମଣ ପରେ ପିଣ୍ଟୁଙ୍କୁ ଥାନାରେ ଅଟକ ରଖିଥିଲା ପୋଲିସ । ଆକ୍ରମଣରେ ଆହତ ପ୍ରଦୀପ ପାଣିଗ୍ରାହୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

ଗତକାଲି ଅପରାହ୍ନରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଗୋଷାଣୀ ନୂଆଗାଁର ଏକ ବୁଥକୁ ଯାଇଥିଲେ। ପ୍ରଦୀପ ବୁଥ୍ ରିଗିଂ କରୁଥିବା ଆଶଙ୍କା କରି ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା। ଏହି ଘଟଣା ସମ୍ପର୍କରେ ଗୋଷାଣୀ ନୂଆଗାଁ ଥାନାରେ ପ୍ରଦୀପଙ୍କ ଅଭିଯୋଗକ୍ରମେ ଶିବଶଙ୍କର ଦାସଙ୍କୁ ପୋଲିସ ଅଟକ ରଖିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ