Masthead

ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍

ଭୁବନେଶ୍ୱର(ବଡ ଖବର ବ୍ୟୁରୋ) : ଏଣିକି ସବୁ ସୂଚନା ଦେବ ଆପ୍ । ମହାପ୍ରଭୁଙ୍କ ପ୍ରତିଟି ନୀତିକାନ୍ତି ବିଷୟରେ ମିଳିବ ସଠିକ୍ ସୂଚନା । ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ଲଞ୍ଚ ହୋଇଛି ଶ୍ରୀ ଜଗନ୍ନାଥ ଧାମ୍ ମୋବାଇଲ ଆପ୍ । ଏହି ଆପ୍ ଜରିଆରେ ଭକ୍ତମାନେ ମନ୍ଦିରର ପ୍ରତିଟି ନୀତି ବିଷୟରେ ନିର୍ଭୁଲ ସୂଚନା ପାଇ ପାରିବେ । ଦିଘା ଜଗନ୍ନାଥ ମନ୍ଦିରକୁ ନେଇ ଲାଗି ରହିଥିବା ବିବାଦ ଥମୁ ନଥିବା ବେଳେ ଏପରି ନାମକରଣକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏହି ଆପ୍କୁ ବ୍ୟବହାର କରି ଭକ୍ତମାନେ ମନ୍ଦିର ଭିତରର ନୀତି ଠାରୁ ଆରମ୍ଭ କରି ଧାଡ଼ି, ସମୟ, ମହାପ୍ରସାଦ ବାହାରିବାର ସମୟ ଏବଂ ଦାନ ପ୍ରଣାଳୀ ସମ୍ପର୍କରେ ସମସ୍ତ ସୂଚନା ପାଇ ପାରିବେ । ରଥଯାତ୍ରାକୁ ଦୃଷ୍ଟିରେ ରଖି ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ ଲଞ୍ଚ ହୋଇଛି । ଆଗକୁ ଆହୁରି ଅନେକ ନୂଆ ଫିଚର୍ସ ଏଥିରେ ଯୋଡ଼ିହେବା ନେଇ ଯୋଜନା ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ