Masthead

ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା । ଆଜି ହେବ ଶଙ୍କର, ସୁରେଶଙ୍କ ପଲିଗ୍ରାଫ୍‌ ଶୁଣାଣି । ଜେଏମଏଫସି ରୁରାଲ୍‌ କୋର୍ଟରେ ଆବେଦନ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଜେରା ସମୟରେ ଉଭୟ ବୟାନ ବଦଳାଉଥିବା କହିଛି କ୍ରାଇମବ୍ରାଞ୍ଚ । ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ ହୋଇଥିବା ବେଳେ ଆଜି କୋର୍ଟ ଏହାର ଶୁଣାଣି କରିବେ । ଜେରା ବେଳେ ଉଭୟ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ସତ କହୁନଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ।

ଦୁଇ ଜଣଙ୍କୁ ଗତ ୪ ତାରିଖରେ କୋର୍ଟ ଚାଲାଣ କରାଯାଇଛି । ଶଙ୍କର ପୃଷ୍ଟି ଓ ସୁରେଶ ନାୟକ ଏସ୍‌ଆଇ କେଳେଙ୍କାରୀର ମାଷ୍ଟର ମାଇଣ୍ଡ। ଗିରଫ ହେବା ଦିନ ଏୟାରପୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଶଙ୍କର । ହଜାରେ କୋଟିର କେଳେଙ୍କାରୀ ଖୋଲିବାକୁ କହିଥିଲା। ମାତ୍ର ତଦନ୍ତ ବେଳେ କିଛି ସହଯୋଗ କରୁନଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ