Masthead

କର୍ଣ୍ଣାଟକରେ ସିଦ୍ଦରମେୟା ବନାମ ଶିବକୁମାର, କିଏ ହେବ ମୁଖ୍ୟମନ୍ତ୍ରୀ?

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ । ସିଦ୍ଦରମେୟା ବନାମ ଡିକେ ଶିବକୁମାର । କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଉତ୍ସବ ମନାଉଛି କଂଗ୍ରେସ । ଏହାରି ଭିତରେ ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଓ କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାର । କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ସିଦ୍ଧରମେୟା ୨୦୧୩ରୁ ୨୦୧୮ ଯାଏଁ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୧୯୮୩ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିଦ୍ଦରମେୟା । ୧୯୯୪ରେ ତତକାଳୀନ ଜନତା ଦଳ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ ଦଳରୁ ବହିଷ୍କାର ହେବା ପରେ ୨୦୦୮ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଏବଂ ୨୦୧୩ରେ କଂଗ୍ରେସ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଶିବକୁମାର ମଧ୍ୟ ଦଳର ଜଣେ ପ୍ରମୁଖ ନେତା କର୍ଣ୍ଣାଟକର ସବୁଠୁ ଧନୀ ନେତା ହେଉଛନ୍ତି ଶିବକୁମାର । ରାଜ୍ୟରେ ୨୦୧୯ରେ ଦଳକୁ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଥିଲେ ଶିବକୁମାର । ୧୯୮୯ରୁ ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ଲଢିଛନ୍ତି ସବୁଥିରେ ତାଙ୍କର ବିଜୟ ହୋଇଛି । କର୍ଣ୍ଣାଟକରେ ଦଳ ବିଜୟ ହେବା ପରେ ସେ କହିଛନ୍ତି ଗାନ୍ଧି ପରିବାରକୁ ଦଳକୁ ବିଜୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲି । ଏବଂ ପ୍ରତିଶ୍ରୁତି ଦେବା ପରେ ସେ ୩ ବର୍ଷ ଶୋଇନଥିଲି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାର ପ୍ରଶ୍ନରେ ଶିବକୁମାର କହିଛନ୍ତି, କଂଗ୍ରେସ ଅଫିସ ହେଉଛି ତାଙ୍କ ପାଇଁ ମନ୍ଦିର । ଅନ୍ୟପଟେ ସିଦ୍ଦରମେୟା ବାରମ୍ବାର କହି ଆସୁଛନ୍ତି ଏହା ତାଙ୍କ ଜୀବନର ଶେଷ ନିର୍ବାଚନ । କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ସେ ଆଶା ରଖିଛନ୍ତି । କଂଗ୍ରେସର ଅନେକ ନେତା ତାଙ୍କୁ ବାହାର ଲୋକ ବୋଲି ମତ ରଖିଛନ୍ତି । କର୍ଣ୍ଣାଟକର ଜନସାଧାରଣ ପରିବର୍ତ୍ତନ ଚାହାନ୍ତି, ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଜନାଦେଶ ଦେଇଛନ୍ତି ବୋଲି ସିଦ୍ଦରମେୟା କହିଛନ୍ତି । ତେବେ ଶିବକୁମାର ନା ସିଦ୍ଦରମେୟା କାହାକୁ ମୁଖ୍ୟମନ୍ତ୍ରୀ କରିବ ଦଳ ତା ଉପରେ ପୁରା କର୍ଣ୍ଣାଟକର ନଜର ।
ବ୍ୟୁରୋ ରିପୋର୍ଟ ବଡ଼ ଖବର

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି