Masthead

ବିଦ୍ୟୁତ ସଙ୍କଟକୁ ନେଇ ଅମରିନ୍ଦରଙ୍କୁ ଟାର୍ଗେଟ କଲେ ସିଦ୍ଧୁ, ସେପଟେ ନିଜେ ଦେଇନାହାନ୍ତି ୯ମାସର ବିଲ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ):ପଞ୍ଜାବରେ ଏବେ ଉତ୍କଟ ରୁପ ନେଲାଣି ବିଜୁଳି ସମସ୍ୟା । ବିଜୁଳିର ଘୋର ଅଭାବ ଦେଖାଦେଇଛି ରାଜ୍ୟରେ । ଯେଉଁ କାରଣୁ ଏବେ ଦିକୁ ୧୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବିଜୁଳି କାଟ ହେଉଥିବା ଦେଖିବାକୁ ମିଳିଛି । ସେହିଭଳି ଗତ ସପ୍ତାହେ ହେବ ରାଜ୍ୟର ଗ୍ରାମାଞ୍ଚଳରେ ବିଜୁଳି ପହଞ୍ଚିପାରୁନି। ରାଜ୍ୟରେ ଦେଖାଦେଇଥିବା ଏହି ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅମରନ୍ଦର ସିଂହଙ୍କୁ ସମାଲୋଚନା କରିଛନ୍ତି ବିଦ୍ରୋହୀ ନେତା ନବଜୋତ ସିଂହ ସିଦ୍ଧୁ । କେବଳ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ ଶିରୋମଣି ଅକାଳୀ ଦଳକୁ ମଧ୍ୟ ଦାୟୀ କରିଛନ୍ତି ସିଦ୍ଧୁ ।

ଏହି ପ୍ରସଙ୍ଗକୁ ନେଇ ସିଦ୍ଧୁ ସର୍ବାଧିକ ୯ଟି ଟ୍ୱିଟ କରିଛନ୍ତି । ତେବେ ଏହି ଟ୍ୱିଟ ପରେ ଅମରନ୍ଦର ସିଂହଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜନସାଧାରଣ । ସେପଟେ ଅମରିନ୍ଦରଙ୍କର ସମର୍ଥକମାନେ ମଧ୍ୟ ସିଦ୍ଧୁଙ୍କୁ ଘେରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସିଦ୍ଧୁଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । କଂଗ୍ରେସ ମଧ୍ୟରେ ବଢ଼ିଚାଲିଥିବା ଏହି କଳହକୁ ନେଇ ହାଇକମାଣ୍ଡଙ୍କ ଚିନ୍ତା ବି ବଢ଼ିଛି ।

ତେବେ ଏହା ମଧ୍ୟରେ ଅନ୍ୟ ଏକ ତଥ୍ୟ ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନବଜୋତ ସିଂହ ସିଦ୍ଧୁ ଗତ ୯ ମାସର ବିଦ୍ୟୁତ ବିଲ ପୈଠ କରିନାହାନ୍ତି । ବିଜୁଳୀ ଦର ବଢ଼ୁଥିବାରୁ ସରକାର ତଥା ପୂର୍ବ ସରକାରମାନଙ୍କୁ ସମାଲୋଚନା କରୁଥିବା ବେଳେ ନିଜେ କିପରି ବିଦ୍ୟୁତ ବିଲ ପୈଠ କରିନାହାନ୍ତି ତାହା ଏବେ ଆଲୋଚନାର ବିଷୟ ହୋଇଛି । ସିଦ୍ଧୁଙ୍କ ବକେୟା ବିଲ ପ୍ରାୟ ୮ଲକ୍ଷ ୬୭ହଜାର ୫୪୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ