Masthead

ବିଦ୍ୟୁତ ସଙ୍କଟକୁ ନେଇ ଅମରିନ୍ଦରଙ୍କୁ ଟାର୍ଗେଟ କଲେ ସିଦ୍ଧୁ, ସେପଟେ ନିଜେ ଦେଇନାହାନ୍ତି ୯ମାସର ବିଲ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ):ପଞ୍ଜାବରେ ଏବେ ଉତ୍କଟ ରୁପ ନେଲାଣି ବିଜୁଳି ସମସ୍ୟା । ବିଜୁଳିର ଘୋର ଅଭାବ ଦେଖାଦେଇଛି ରାଜ୍ୟରେ । ଯେଉଁ କାରଣୁ ଏବେ ଦିକୁ ୧୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବିଜୁଳି କାଟ ହେଉଥିବା ଦେଖିବାକୁ ମିଳିଛି । ସେହିଭଳି ଗତ ସପ୍ତାହେ ହେବ ରାଜ୍ୟର ଗ୍ରାମାଞ୍ଚଳରେ ବିଜୁଳି ପହଞ୍ଚିପାରୁନି। ରାଜ୍ୟରେ ଦେଖାଦେଇଥିବା ଏହି ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅମରନ୍ଦର ସିଂହଙ୍କୁ ସମାଲୋଚନା କରିଛନ୍ତି ବିଦ୍ରୋହୀ ନେତା ନବଜୋତ ସିଂହ ସିଦ୍ଧୁ । କେବଳ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନୁହେଁ ଶିରୋମଣି ଅକାଳୀ ଦଳକୁ ମଧ୍ୟ ଦାୟୀ କରିଛନ୍ତି ସିଦ୍ଧୁ ।

ଏହି ପ୍ରସଙ୍ଗକୁ ନେଇ ସିଦ୍ଧୁ ସର୍ବାଧିକ ୯ଟି ଟ୍ୱିଟ କରିଛନ୍ତି । ତେବେ ଏହି ଟ୍ୱିଟ ପରେ ଅମରନ୍ଦର ସିଂହଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜନସାଧାରଣ । ସେପଟେ ଅମରିନ୍ଦରଙ୍କର ସମର୍ଥକମାନେ ମଧ୍ୟ ସିଦ୍ଧୁଙ୍କୁ ଘେରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ସିଦ୍ଧୁଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । କଂଗ୍ରେସ ମଧ୍ୟରେ ବଢ଼ିଚାଲିଥିବା ଏହି କଳହକୁ ନେଇ ହାଇକମାଣ୍ଡଙ୍କ ଚିନ୍ତା ବି ବଢ଼ିଛି ।

ତେବେ ଏହା ମଧ୍ୟରେ ଅନ୍ୟ ଏକ ତଥ୍ୟ ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନବଜୋତ ସିଂହ ସିଦ୍ଧୁ ଗତ ୯ ମାସର ବିଦ୍ୟୁତ ବିଲ ପୈଠ କରିନାହାନ୍ତି । ବିଜୁଳୀ ଦର ବଢ଼ୁଥିବାରୁ ସରକାର ତଥା ପୂର୍ବ ସରକାରମାନଙ୍କୁ ସମାଲୋଚନା କରୁଥିବା ବେଳେ ନିଜେ କିପରି ବିଦ୍ୟୁତ ବିଲ ପୈଠ କରିନାହାନ୍ତି ତାହା ଏବେ ଆଲୋଚନାର ବିଷୟ ହୋଇଛି । ସିଦ୍ଧୁଙ୍କ ବକେୟା ବିଲ ପ୍ରାୟ ୮ଲକ୍ଷ ୬୭ହଜାର ୫୪୦ ଟଙ୍କା ହୋଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି