Masthead

ମଟନ୍ ନ ମିଳିବାରୁ, ଅନ୍ୟ ଝିଅକୁ ବିବାହ କଲା ବର

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଭାରତୀୟ ବିବାହରେ ଖାଦ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟକୁ ନେଇ ମଧ୍ୟ ବିବାହ ଭାଙ୍ଗିଯାଇଥାଏ । ଏଭଳି ଏକ ଘଟଣା ଓଡ଼ିଶାର ଯାଜପୁରରେ ଦେଖିବାକୁ ମିଳିଛି । ବାହାଘର ପାଇଁ ବରଯାତ୍ରୀମାନେ ଝିଅ ଘରେ ପହଞ୍ଚିଥିଲେ । ଝିଅ ଘରେ ବରଯାତ୍ରୀ ପହଞ୍ଚିବା ପରେ, ବରଯାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ବିବାହ ରୀତିନୀତିରେ ଚାଲିଥିଲା । ଏହି ସମୟରେ ବରଯାତ୍ରୀ ଜାଣିବାକୁ ପାଇଲେ କି ଖଦ୍ୟରେ ମଟନ ହୋଇନାହିଁ । ଏହା ଜାଣିବା ପରେ ବରଯାତ୍ରୀ କ୍ରୋଧିତ ହୋଇଥିଲେ ।

ଏହି ଖବର ଯେତେବେଳେ ବର ରମାକାନ୍ତ ପାଟ୍ରା ଜାଣିବାକୁ ପାଇଲେ ସେତେବେଳେ ମାମଲା ଗୁରୁତର ହୋଇଥିଲା । ବର ମଧ୍ୟ ରାଗିଯାଇଥିଲେ । ମାମଲା ଏତେ ଗୁରତର ହେଲା ଯେ, ବର ବିବାହ କରିବାକୁ ମନା କରିଦେଇଥିଲା । ଝିଅଘର ଲୋକମାନେ ବରକୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ ହେଲେ ବର ମାନି ନ ଥିଲେ । ପରେ ସେମାନେ ସେଠାରୁ ପଳାଇଥିଲେ । ବର ସେଦିନ ତାଙ୍କ ସମ୍ପର୍କିୀୟଙ୍କ ସହ ତାଙ୍କ ଗାଁକୁ ଯାଇ ତାଙ୍କ ଘରେ ରହିଥିଲେ । ସେଠାରେ ବର ଅନ୍ୟ ଜଣେ ଝିଅକୁ ବିବାହ କରିଥିଲେ । ପୋଲିସ ଅନୁସାରେ ଥାନାରେ ଏବାବଦରେ କୌଣସି ଅଭିଯୋଗ ପଞ୍ଜିକୃତ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି