Masthead

ମହାକାଶରୁ ମଜ୍ଜା ନେଇ ଫେରିଲେ ସିରିଶା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ ): ମହାକାଶରେ ମଜା ନେଇ ଫେରିଛନ୍ତି ବ୍ରିଟେନ ଉଦ୍ୟୋଗପତି ରିଚାର୍ଡ ବ୍ରାନସନ୍ । ଭର୍ଜିନ ଗାଲାକଟିକ୍ସର ମୁଖ୍ୟ ରିଚାର୍ଡ ବ୍ରାନସନ୍ ଓ ଅନ୍ୟ ୫ ଜଣ ରବିବାର ଅନ୍ତରୀକ୍ଷ ଅଭି‌ମୁଖେ ରୋମାଞ୍ଚକର ଯାତ୍ରା କରିଥିଲେ । ଏହି ଯାତ୍ରାର ସ୍ୱପ୍ନ ସତ ହୋଇଛି। ଏହା ଭାରତ ପାଇଁ ଏକ ବଡ଼ ଗର୍ବ । କାରଣ ଏମାନଙ୍କ ଭିତରେ ଥିଲେ ଭାରତୀୟ ମହିଳା ସିରିଶା ବନ୍ଦଲା । କଳ୍ପନା ଚାୱଲା, ସୁନିତା ୱିଲିୟମ୍ସଙ୍କ ପରେ ତୃତୀୟ ଭାରତୀୟ ବଂଶୋଦ୍ଭବ ମହିଳାଭାବେ ମହାକାଶ ଯାତ୍ରା କରିଛନ୍ତି ସିରିଶା । ଭର୍ଜିନ ଗାଲାକଟିକ୍ସର ଯାତ୍ରୀବାହୀ ରକେଟ୍ ଭିଏସଏସ ୟୁନିଟ ୨୨ ରବିବାର ସଂଧ୍ୟାରେ ନ୍ୟୁ ମେକ୍ସିକୋରୁ ଉଡାଣ ଭରିଥିଲା ।

ଏଥିରେ ସିରିଶାଙ୍କ ସମେତ ମୋଟ ୫ ଜଣ ମହାକାଶଚାରୀ ମହାକାଶକୁ ଯାତ୍ରା କରିଥିଲେ । ଏଥିରେ ଦୁଇ ପାଇଲଟ୍ ଏବଂ ଚାରିଜଣ ଯାତ୍ରୀ ଥିଲେ । ଭର୍ଜିନ୍ ଗାଲାକ୍ଟିକର ଏହି ମହାକାଶଯାନ ରାତି ପ୍ରାୟ ୯ ଟା ୨୦ରେ ସ୍ପେସପୋର୍ଟ ଆମେରିକାରେ ନିରାପଦରେ ଅବତରଣ କରିଥିଲା । ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଏବଂ ଖୁସି ଥିଲେ । ଲଞ୍ଚ ଠାରୁ ଆରମ୍ଭ କରି ଅବତରଣ ପର୍ୟ୍ୟନ୍ତ ସମୁଦାୟ ସମୟ ପ୍ରାୟ ୯୦ ମିନିଟ୍ ରହିଥିଲା । ଭିଏସଏସ ୟୁନିଟି ପ୍ରାୟ ଚାରି ମିନିଟ୍ ଯାଏ କକ୍ଷ୍ୟପଥରେ ରହିଥିଲା । ଏହି ସମୟରେ, ମହାକାଶଚାରୀମାନେ ଶୂନ୍ୟ ମାଧ୍ୟାକର୍ଷଣ ଶକ୍ତି ଅନୁଭବ କରିଥିଲେ ।

ମହାକାଶରେ ଥିବା ବେଳେ ୧୭ଟି ଝରକାରୁ ପୃଥିବୀର ଆକୃତି ମଧ୍ୟ ଦେଖିଥିଲେ । ତେବେ ମହାକାଶକୁ ଯିବାର ଲକ୍ଷ୍ୟ ହେଉଛି ମହାକାଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା। ଯେଉଁଥିପାଇଁ ୬୦୦ରୁ ଅଧିକ ଲୋକ ଅପେକ୍ଷା କରିଛନ୍ତି । ଭିର୍ଜିନ୍ ଗାଲାକଟିକ୍ ପ୍ରଥମେ ୨୦୧୮ରେ ମହାକାଶକୁ ଉତକ୍ଷେପଣ ହୋଇଥିଲା । ୨୦୦୪ରେ ବ୍ରାନସନ ଏହି ଭିର୍ଜିନ କମ୍ପାନୀକୁ ପ୍ରତିଷ୍ଠା କରିଥିଲେ। ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ସିରିଶା । ୪ ବର୍ଷ ବୟସରେ ଆମେରିକା ଯାଇଥିଲେ । ପରେ ସେଠାରେ ପଢାପଡ଼ି କରିବା ପରେ ୨୦୧୧ରେ ପର୍ଡୁ ୟୁନିଭରସିଟି ଅଫ୍ ଏରୋନେଟିକ୍ସ ଏବଂ ଜ୍ୟୋତିର୍ବିଜ୍ଞାନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।

୨୦୧୫ରେ ଜର୍ଜ ୱାଶିଂଟନ୍ ବିଶ୍ବବିଦ୍ୟାଳୟରୁ ମାଷ୍ଟର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ ଡିଗ୍ରୀ ଶେଷ କରିଥିଲେ ସିରିଶା। ଏବେ ବ୍ରାନସନ୍ ଭର୍ଜିନ୍ ଗାଲାକଟିକ୍ସରେ ସରକାରୀ ବ୍ୟାପାର ଏବଂ ଅନୁସନ୍ଧାନ କାର୍ଯ୍ୟର ଉପାଧ୍ୟକ୍ଷ ଅଛନ୍ତି ସିରିଶା ବନ୍ଦଲା । ଆମେରିକାର ହୁଷ୍ଟନରେ ନାସାର ଜନସନ୍ ସ୍ପେସ୍ ସେଣ୍ଟର ନିକଟରେ ତାଙ୍କର ପିଲାଦିନ କଟିଥିଲା । ସିରିଶା ସର୍ବଦା ଏକ ମହାକାଶଚାରୀ ହେବାକୁ ଚାହୁଁଥିଲେ । କିନ୍ତୁ ଦୃଷ୍ଟିଶକ୍ତି କମ ଥିବାରୁ ତାଙ୍କର ପାଇଲଟ୍ କିମ୍ବା ମହାକାଶଚାରୀ ହେବା ସ୍ବପ୍ନ ପୂରା ହୋଇପାରୁନଥିଲା । ହେଲେ ରିଚାର୍ଡ ବ୍ରାନସନ ସିରିଶାଙ୍କୁ ସୁଯୋଗ ଦେଇଥିଲେ । ଯାତ୍ରା ସମୟରେ ନିଜର ଅନୁଭବ ସହିତ ଜଡ଼ିତ ବିଭିନ୍ନ ଦିଗକୁ ନେଇ ରିସର୍ଚ୍ଚ କରିବେ ବୋଲି ସିରିଶା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି