Masthead

ଇଲେକ୍ସନ ପୂର୍ବରୁ ସ୍ଲଗ ଓଭର, ନବୀନଙ୍କ ଧୂଆଁଧାର ବ୍ୟାଟିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚାରି ବର୍ଷ ସରିଗଲାଣି । ତେଣୁ ମ୍ୟାଚ ସ୍ଲଗ୍ ଓଭରକୁ ଚାଲି ଆସିଲାଣି । ଏହି ସ୍ଲଗ ଓଭର ହିଁ ମ୍ୟାଚର ମୋଡ ବଦଳାଇ ଦେଇଥାଏ । ଅର୍ଥାତ୍, ମ୍ୟାଚ କୁଆଡେ ବି ଯାଇପାରେ । ତେଣୁ ରିସ୍କ ନେବାକୁ କେହି ଚାହିଁବେ ନାହିଁ । ଆଉ ମାତ୍ର ୮ ମାସ ପରେ ବିଧାନସଭା ନିର୍ବାଚନ । ୨୩ ବର୍ଷ କ୍ଷମତାର ସ୍ୱାଦ ଚାଖି ଆସିଥିବା ନବୀନ, ଏହି ଚାଖେଣିକୁ ଆଉ କାହାକୁ କେମିତି ଦେଇଦେବେ । ୱିକେଟ ନେବାର ଅଛି, ମ୍ୟାଚ ବି ଜିତିବାର ଅଛି । ତେଣୁ ଗୁୁଗଲି ଉପରେ ଭରସା କରିବାକୁ ବାଧ୍ୟ ହେଇଛନ୍ତି । ନବୀନଙ୍କ ଏହି ଗୁଗଲିକୁ କେବଳ ସ୍କିଲ୍ଡ ବ୍ୟାଟ୍ସମ୍ୟାନ ହିଁ ବୁଝିପାରିଥାନ୍ତେ । ତା’ ହେଲା ନାହିଁ । ସେଥିପାଇଁ ଓଡ଼ିଶାର ନାଁ ନବୀନ ଓଡ଼ିଶା ହେବ- ଏହି ଗୁଗଲିକୁ ବିରୋଧୀ ବୁଝିବାକୁ ସମର୍ଥ ହେଇପାରିଲେନି ।କ୍ରିକେଟରେ ଗୁଗଲି ବି ସେମିତି ଏକ ବଲ୍, ଯାହାକୁ ବୋଲର ୱିକେଟ ନେବା ପାଇଁ ବ୍ୟବହାର କରିଥାନ୍ତି । ସ୍ଲଗ ଓଭରରେ ଗୁଗଲି, ଖୁବ ଡେଂଜରସ ଏବଂ ରିସ୍କ ମଧ୍ୟ । ଏଇଟା ହିଁ ଜଣେ ଲେଗ ସ୍ପିନ ବୋଲରର ବ୍ରହ୍ମାସ୍ତ୍ର । ଆମ ଗାଁ, ଆମ ବିକାଶର ନାଁ ପରିବର୍ତ୍ତନ ହେଇ ଆମ ଓଡ଼ିଶା ନବୀନ ଓଡ଼ିଶା ହେଲା । ଗୋଟିଏ ଝଟକାରେ ନବୀନ ବିରୋଧୀ ଶିବିରକୁ ଦୋହଲାଇ ଦେଲେ ।

ପୂରା ଓଡ଼ିଶା ନବୀନଙ୍କର, ଅର୍ଥାତ୍ ୧୪୭ ଆସନ ଉପରେ ଆଉ କାହାର ଲୋଭ ରଖିବା ଉଚିତ ନୁହେଁ, ବୋଧହୁଏ ନବୀନ ଏହି ବାର୍ତ୍ତା ଦେବାକୁ ଚାହିଁଲେ । ନବୀନ ଓଡ଼ିଶା ଗୁଗଲିକୁ ନେଇ ସାରା ଓଡ଼ିଶାରେ ରାଜନୀତି ଗତିଶୀଳ ହୋଇପଡିଛି । ବିରୋଧୀ ଶିବିରରେ ନିଆଁ ଲାଗିଯାଇଛି ।ଏହାକୁ କିଏ କୋଉ ଆଖ୍ୟା ଦେଉ, ସେଥିରେ ନବୀନ ନିଶ୍ଚଳ ଥିବା ମନେ ହେଉଛନ୍ତି । ଦୁଇ ବିରୋଧୀ ଶିବିର ବିଜେପି ଏବଂ କଂଗ୍ରେସରୁ ପ୍ରତିକ୍ରିୟା ବି ଢେର ଆସୁଛି । ଯେମିିତି ୨୩ ବର୍ଷରେ କ’ଣ ହୋଇଛି ୟେ, ଓଡ଼ିଶାଟା ନବୀନ ଓଡ଼ିଶା ହୋଇଯିବ । ଡାହାଣହାତି ଲେଗ୍ ସ୍ପିନ ବୋଲର ଗୁଗ୍ଲି ପକେଇଥାନ୍ତି ।

ଲେଗ୍ ସ୍ପିନ ବଲ୍ ପିଚ୍ ହେବା ପରେ ଅପଷ୍ଟମ୍ପ ଆଡକୁ ଯାଇଥାଏ । ବ୍ୟାଟ୍ସମ୍ୟାନ୍ ଭାବିନିଏ ବଲ୍ ଅଫସାଇଡକୁ ଯିବ । ଗୁଗ୍ଲି ଅଫସାଇଡ ୱିକେଟ ଆଡକୁ ନ ଯାଇ, ଲେଗଷ୍ଟମ୍ପ ଆଡକୁ ଯାଏ, ଯାହା ଖୁବ ଡେଂଜରସ୍ । କେବଳ ସ୍କିଲଡ୍ ବ୍ୟାଟ୍ସମ୍ୟାନ୍ ବୁଝିପାରିବେ, ଅନ୍ୟମାନେ ଗୁଗଲିର ଅନୁମାନ ଲଗେଇବାରେ ବିଫଳ ହୋଇଥାନ୍ତି । ତାହାହେଲେ ଭାବିବା କି, ବିରୋଧୀ ଡ୍ରେସିଂରୁମରେ ଜଣେ ହେଲେ ସ୍କିଲଡ ବ୍ୟାଟ୍ସମ୍ୟାନ୍ ନାହାନ୍ତି । ନବୀନଙ୍କ ଗୁଗଲିରେ ସମସ୍ତେ ବୋଲଡ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ