Masthead

୫ ବର୍ଷରେ ୪୦୫ ବିଧାୟକ, ୨୮ ସାଂସଦ ବଦଳାଇଛନ୍ତି ଦଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଯୁଆଡ଼େ ହାୱା ସେଇଆଡ଼କୁ ମୁହାଁଉଛନ୍ତି ବିଧାୟକ ଓ ସାଂସଦ । ଗତ ଦୁଇ ଦଶନ୍ଧି ମଧ୍ୟରେ କଂଗ୍ରେସର ୧୭୦, ବିଜେପିର ୧୮, ଟିଡିପିର ୧୭, ଏନସିପିର ୧୪, ତୃଣମୂଳ କଂଗ୍ରେସ ୪, ସଂଯୁକ୍ତ ଜନତା ଦଳ ଭଳି ୧୬ରୁ ଅଧିକ ଦଳର ବିଧାୟକ ଦଳ ଛାଡ଼ିବା ପରେ ୧୮୨ ଜଣ ବିଜେପି, ୩୮ ଜଣ କଂଗ୍ରେସ, ଟିଏମସି ୧୬, ଏନସିପିକୁ ୧୬, ସଂଯୁକ୍ତ ଜନତା ଦଳକୁ ୧୪ ଏବଂ ଅନ୍ୟ ଦଳ ଗୁଡ଼ିକୁ ଯାଇଛନ୍ତି ।

୨୦୧୬ରୁ ୨୦୨୦ ମଧ୍ୟରେ ଦେଶର ୪୦୫ ବିଧାୟକ ଦଳ ଛାଡ଼ି ଥିବାବେଳେ ୧୨ ଲୋକସଭା ସାଂସଦ ଦଳ ଛାଡ଼ିଛନ୍ତି । ଏପରିକି ୧୬ ରାଜ୍ୟସଭା ସାଂସଦ ଦଳ ଛାଡ଼ିଛନ୍ତି । ଏହି ଦଳ ଛାଡ଼ିବା ସାଂସଦ ଓ ବିଧାୟକ ସଂଖ୍ୟା ବଢ଼ିବାରେ ଲାଗିଛି । ଯଦିଓ ଦଳ ବଦଳ ରାଜନୈତିକ ଦଳ ପାଇଁ ବଡ଼ ସମସ୍ୟା ଏବଂ ସୁବିଧା ମଧ୍ୟ । ଏହା ଦଳକୁ ଦୃଢ଼ କରେ ଏବଂ ଦୁର୍ବଳ ମଧ୍ୟ କରେ । ୨୦୧୬ରୁ ୨୦୨୦ ମଧ୍ୟରେ ବିଧାୟକ, ସାଂସଦଙ୍କ ଦଳ ଛାଡ଼ିବା ହାର ବୃଦ୍ଧି ସହ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆହୁରି ଦଳଡିଆଁ ନେତାଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାଯାଇଛି ।

ଓଡ଼ିଶା ପରିପ୍ରେକ୍ଷୀରେ ଯେଉଁ ଚର୍ଚ୍ଚା ଜୋର୍ ଧରିଛି ତାହା ହେଲା ବିଜେପି ଏବଂ କଂଗ୍ରେସରୁ ଅଧା ଅଧା ବିଧାୟକ ଦଳ ଛାଡ଼ିବେ । କେହି ବିଧାୟକ ଆଉ ନିର୍ବାଚନ ଲଢ଼ିବେ ନାହିଁ ପୁଅ, ପତ୍ନୀ ବା କନ୍ୟାଙ୍କୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ମନସ୍ଥ କରିଛନ୍ତି । ଯଦିଓ ଏହି ଚର୍ଚ୍ଚାର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇନି କିନ୍ତୁ ଓଡ଼ିଶା ରାଜନୀତିରେ ଏହି ଦଳ ଡିଆଁ ନେତାଙ୍କ ସଂଖ୍ୟା କମ୍ ନୁହେଁ ବୋଲି କହିଲେ ଭୁଲ୍ ହେବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ