Masthead

ବ୍ଲାକ ପରେ ହ୍ୱାଇଟ ଫଙ୍ଗସ ଚିନ୍ତା

ନୁଆଦୀଲ୍ଲି (ବଡ଼ ଖବର ବ୍ୟୁରୋ): ଦେଶବ୍ୟାପୀ ବ୍ଲାକ୍ ଫଙ୍ଗସ ବା ମ୍ୟୁକର ମାଇକୋସିସି ସଂକ୍ରମଣକୁ ନେଇ ଭୟ ଓ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ବିହାରର ରାଜଧାନୀ ପାଟନାରେ ହ୍ୱାଇଟ୍ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି । ପାଟନାରେ ୪ହ୍ୱାଇଟ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ଡାକ୍ତର ଓ ବିଶେଷଜ୍ଞମାନେ କହିଛନ୍ତି, ବ୍ଲାକ୍ ଫଙ୍ଗସଠାରୁ ହ୍ୱାଇଟ୍ ଫଙ୍ଗସ ଅଧିକ ପ୍ରାଣଘାତୀ । ଏହି ହ୍ୱାଇଟ୍ ଫଙ୍ଗସ ଫୁସଫୁସ୍ ସଂକ୍ରମଣର ମୁଖ୍ୟ କାରଣ । ହ୍ୱାଇଟ୍ ଫଙ୍ଗସ ମଣିଷର ଚର୍ମ, ନଖ, ମୁହଁର ଭିତର ଅଂଶ, ଆମାଶୟ, ଅନ୍ତ୍ରନାଳୀ, କିଡନୀ, ଗୁପ୍ତାଙ୍ଗଓ ମସ୍ତିଷ୍କ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଥାଏ । ପାଟନା ମେଡିକାଲ କଲେଜ ଓ ହସ୍ପିଟାଲର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡା ଏସଏନ୍ ସିଂ ଏହି ସୂଚନା ଦେଇଛନ୍ତି । ଡା. ସିଂ କହିଛନ୍ତି ହ୍ୱାଇଟ୍ ଫଙ୍ଗସ ଆକ୍ରାନ୍ତ ୪ ରୋଗୀଙ୍କଠାରେ କରୋନା ଲକ୍ଷଣ ଥିଲା । ସେମାନଙ୍କର ୩ ପ୍ରକାର କରୋନା ପରୀକ୍ଷା କରାଯାଇଥିଲା । ରାପିଡ୍ ଆଣ୍ଟିଜେନ୍, ରାପିଡ୍ ଆଣ୍ଟିବଡି, ଓ ଆରଟି-ପିସିଆର ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା । କରୋନା ସମ୍ବନ୍ଧୀୟ ଔଷଧର କୌଣସି ପ୍ରଭାବ ଏମାନଙ୍କ ଶରୀରରେ ପଡୁନଥିଲା । ମାତ୍ର ସେମାନେ ଦିନକୁ ଦିନ ଅସୁସ୍ଥ ହୋଇପଡୁଥିବାରୁ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରେ ଜଣାପଡିଲା ସେମାନେ ହ୍ୱାଇଟ୍ ଫଙ୍ଗସରେ ସଂକ୍ରମିତ । ପରେ ସେମାନଙ୍କୁ ଦିଆଯାଇଥିଲା ଫଙ୍ଗଲ ନିରୋଧୀ ଔଷଧ । ଏହି ଔଷଧ ବ୍ୟବହାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଖରାରେ ସିଝୁଛି ଓଡ଼ିଶା 🔴 ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ଆତଙ୍କ 🔴 ସୁବର୍ଣ୍ଣରେଖାରୁ ବାହାରିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା 🔴 ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ୧୦ ଦିନିଆ ଯୁଦ୍ଧବିରତି 🔴 ୪୪ ଡିଗ୍ରୀ ମୁହାଁ ହେଲାଣି ପାରଦ