Masthead

ଧୀରେ ଧୀରେ ଦଳ ଠାରୁ ମୋତେ ଅଲଗା କରାଯାଉଛି: ସଞ୍ଜୁକ୍ତା ମହଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ନବୀନ ନିବାସ ଯିବା ବାଟରେ ଟ୍ରାଫିକ ଛକରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଗାଡ଼ି ଅଟକାଇଲା ପୋଲିସ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ପୋଲିସ ଅଟକାଇଲା। ପୋଲିସ ଅଟକାଇବା ପରେ ମୁହଁ ଖୋଲିଲେ ସଂଯୁକ୍ତା । କହିଲେ ମୋତେ ଡକାନଯିବାରୁ ବାଧ୍ୟ ହୋଇ ଆଜି ମୁଁ ଭେଟିବାକୁ ଆସିଛି। ୨୨ ବର୍ଷ ହେଲା କାମ କରୁଛି, କିନ୍ତୁ ନବୀନ ନିବାସକୁ ଛଡ଼ାଯାଉନି। ମୁଁ ଥାନାରେ ଏତଲା ଦେଇଛି, କିନ୍ତୁ ଏତଲା ଅନୁସାରେ ଦଫା ଲାଗିନି ।

ମୋତେ ମାନସିକ, ଶାରୀରିକ ନିର୍ଯାତନା ଦିଆଯାଇଥିବା ଏତଲା କରିଥିଲି। କିନ୍ତୁ ଦଫା ଲାଗିଛି ଯେ ମୋର ପୂର୍ବତନ ମନ୍ତ୍ରୀଙ୍କ ସହ ଝଗଡ଼ା ହୋଇଛି। ଏସବୁ ଜଣାଇବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲି। ଏସବୁ ଦଳର ମୁଖିଆ ଜାଣୁଛନ୍ତି କି ନାହିଁ ମୁଁ ଜାଣିନି, ଭେଟିବାକୁ ଆସିଛି । ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ହେଲା ମୁଁ ଜାଣିପାରିଲାନି । ସେଥିପାଇଁ ମୁଁ ଦଳର ମୁଖିଆଙ୍କ ନିକଟକୁ ଆସିଛି ।

ମୁଁ ୮ ଦିନ ପୂର୍ବରୁ ଦେଖା କରିବାକୁ ଅନୁମତି ମାଗିଥିଲି ସେତେବେଳେ କୁହାଗଲା ଖୁବଶୀଘ୍ର ଦଳର ମୁଖିଆଙ୍କ ସହ ଭେଟ କରାଯିବ ବୋଲି କିନ୍ତୁ ସେମିତି ନହେବାରୁ ମୁଁ ଆସିଛି । ମୋର ମାନ ସମ୍ମାନ ସବୁ ଧ୍ୱଂସ ହୋଇଯାଇଛି । ସେନେଇ ମୁଁ ମୁଖିଆଙ୍କୁ ଜଣାଇବାକୁ ଆସିଛି । ଧୀରେ ଧୀରେ ଦଳ ଠାରୁ ମୋତେ ଅଲଗା କରାଯାଉଛି । ଜୀବନର ଶେଷ ବିନ୍ଦୁ ଥିବା ଯାଏଁ ଲଢେଇ କରିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର