Masthead

ଏଟିଏମ୍ ଭିତରେ ନାଗ ସାପ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ଏଟିଏମ୍ ଭିତରେ ନାଗସାପ। କଥାଟା ଶୁଣିଲେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ସମ୍ପୂର୍ଣ୍ଣ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏକ ପୋଷ୍ଟାଲ ଏଟିଏମରେ। କୁଚିଣ୍ଡା ସହରର ପଞ୍ଚମୁଖୀ ଛକରେ ଥିବା ଏହି ପୋଷ୍ଟାଲ ଏଟିଏମକୁ ଟଙ୍କା ଉଠାଇବାକୁ କିଛି ଲୋକ ଆସିଥିବା ବେଳେ ନାଗ ସାପକୁ ଏଟିଏମ ଭିତରେ ଦେଖି ଭୟରେ ସେଠାରୁ ପଳାଇଥିଲେ। ପରେ ସ୍ଥାନୀୟ ଲୋକେ ଏଟିଏମ୍ ବନ୍ଦ ରଖି ବନବିଭାଗକୁ ଖବର ଦେଇଥିଲେ। କୁଚିଣ୍ଡା ବନବିଭାଗର ଏକ ଟିମ୍ ଏଟିଏମରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ବି ସାପକୁ ପାଇ ନ ଥିଲେ। ଶେଷରେ ସ୍ନେକ୍ ହେଲପଲାଇନ୍ ସଦସ୍ୟ ପହଞ୍ଚି ଏଟିଏମ୍ ଭିତରୁ ସାପକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଉଦ୍ଧାର ହୋଇଥିବା ନାଗ ସାପର ଲମ୍ବ ପ୍ରାୟ ୫ଫୁଟ। ସାପକୁ ଉଦ୍ଧାର କରି ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ