Masthead

ଏଣିକି ଦୁଷ୍କର୍ମକାରୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରାଯିବ !

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ଦେଶରେ ଦୁଷ୍କର୍ମକୁ ରୋକିବା ପାଇଁ ଅନେକ ଆଇନ ରହିଛି । ତଥାପି ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିଚାଲିଛି । ଦେଶ ଆଜି ବି ନିର୍ଭୟା କଥା ଭୁଲି ନଥିଲା ବେଳେ ପୁଣି କିଛି ଦିନ ପୂର୍ବରୁ ମୁମ୍ବାଇରେ ଏହାର ପୁନରାବୃତ୍ତି ହୋଇଛି । ଦୁଷ୍କର୍ମକାରୀଙ୍କୁ ଉଚିତ ଦଣ୍ଡ ନ ମିଳିବା ଦ୍ୱାରା ହିଁ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ବୁଦ୍ଧିଜୀବିମାନେ କହିଛନ୍ତି । ଦେଶରେ ନିର୍ଭୟାକାଣ୍ଡର ଦୋଷୀଙ୍କୁ ଶାସ୍ତି ଦେବା ପାଇଁ ୧୨ ବର୍ଷ ସମୟ ଲାଗୁଛି । ଜଣେ ପୀଡ଼ିତାଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଏତେ ସମୟ ନାହିଁ । ତେଣୁ ବାରମ୍ବାର ଉତକ୍ଷିପ୍ତ ଜନତା ଅଭିଯୁକ୍ତଙ୍କୁ ଏକାଉଣ୍ଟର କରାଯାଉ ବୋଲି ଦାବି କରିଆସୁଛନ୍ତି ।

ଏହା ମଧ୍ୟରେ ତେଲେଙ୍ଗାନାର ଜଣେ ମନ୍ତ୍ରୀ ସାଧାରଣ ଜନତାଙ୍କ ଭାବକୁ ବୁଝି ବୟାନ ଦେଇଛନ୍ତି । ତେବେ ଦୁଷ୍ମର୍ମକାରୀଙ୍କୁ ଆଉ ରକ୍ଷା କରାଯିବ ନାହିଁ । ଖୋଜି ଖୋଜି ତାଙ୍କୁ ଏନକାଉଣ୍ଟର କରାଯିବ ବୋଲି ମନ୍ତ୍ରୀ ଜଣଙ୍କ କହିଛନ୍ତି । ନିକଟରେ ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା । ଜଣେ ୬ ବର୍ଷୀୟ ନିବାଳିକା ସହ ପ୍ରଥମେ ଦୁଷ୍ମର୍ମ ଏବଂ ପରେ ତାକୁ ହତ୍ୟା କରାଯାଇଥିଲା । ଏ ଘଟଣା ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ନୁହେଁ ବରଂ ସାରା ଦେଶରେ ଏହାର ଚର୍ଚ୍ଚା ବଢିବାରେ ଲାଗିଛି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଚାରିଆଡ଼ୁ ଦାବି ହୋଇଛି । ଏହା ଭିତରେ ତେଲେଙ୍ଗାନାର ଶ୍ରମ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି ।

ଖୁବଶୀଘ୍ର ଦୁଷ୍କର୍ମକାରୀକୁ ଗିରଫ କରି ତାକୁ ଏନକାଉଣ୍ଟର କରିଦେବୁ । ଏବଂ ପଡ଼ୀତାଙ୍କୁ ଖୁବଜଳଦୀ ନ୍ୟାୟ ଦିଆଯିବ ବୋଲି ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଯେଉଁ ଦୁର୍ବୃତ୍ତ ହାଇଦ୍ରାବାଦର ଝିଅକୁ ହତ୍ୟା କରିଛି ତାକୁ ଛାଡ଼ିବୁ ନାହିଁ । ଅଭିଯୁକ୍ତଙ୍କୁ ଗିରଫ କରି ଆମେ ଏନକାଉଣ୍ଟର କରିଦେବୁ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଖୁବଶୀଘ୍ର ପୀଡ଼ିତାଙ୍କ ପରିବାରକୁ ଭେଟିବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି