Masthead

ଏଣିକି ଦୁଷ୍କର୍ମକାରୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରାଯିବ !

ହାଇଦ୍ରାବାଦ(ବଡ଼ ଖବର ବ୍ୟୁରୋ): ଦେଶରେ ଦୁଷ୍କର୍ମକୁ ରୋକିବା ପାଇଁ ଅନେକ ଆଇନ ରହିଛି । ତଥାପି ଦିନକୁ ଦିନ ଦୁଷ୍କର୍ମ ସଂଖ୍ୟା ବଢିଚାଲିଛି । ଦେଶ ଆଜି ବି ନିର୍ଭୟା କଥା ଭୁଲି ନଥିଲା ବେଳେ ପୁଣି କିଛି ଦିନ ପୂର୍ବରୁ ମୁମ୍ବାଇରେ ଏହାର ପୁନରାବୃତ୍ତି ହୋଇଛି । ଦୁଷ୍କର୍ମକାରୀଙ୍କୁ ଉଚିତ ଦଣ୍ଡ ନ ମିଳିବା ଦ୍ୱାରା ହିଁ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ବୁଦ୍ଧିଜୀବିମାନେ କହିଛନ୍ତି । ଦେଶରେ ନିର୍ଭୟାକାଣ୍ଡର ଦୋଷୀଙ୍କୁ ଶାସ୍ତି ଦେବା ପାଇଁ ୧୨ ବର୍ଷ ସମୟ ଲାଗୁଛି । ଜଣେ ପୀଡ଼ିତାଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଏତେ ସମୟ ନାହିଁ । ତେଣୁ ବାରମ୍ବାର ଉତକ୍ଷିପ୍ତ ଜନତା ଅଭିଯୁକ୍ତଙ୍କୁ ଏକାଉଣ୍ଟର କରାଯାଉ ବୋଲି ଦାବି କରିଆସୁଛନ୍ତି ।

ଏହା ମଧ୍ୟରେ ତେଲେଙ୍ଗାନାର ଜଣେ ମନ୍ତ୍ରୀ ସାଧାରଣ ଜନତାଙ୍କ ଭାବକୁ ବୁଝି ବୟାନ ଦେଇଛନ୍ତି । ତେବେ ଦୁଷ୍ମର୍ମକାରୀଙ୍କୁ ଆଉ ରକ୍ଷା କରାଯିବ ନାହିଁ । ଖୋଜି ଖୋଜି ତାଙ୍କୁ ଏନକାଉଣ୍ଟର କରାଯିବ ବୋଲି ମନ୍ତ୍ରୀ ଜଣଙ୍କ କହିଛନ୍ତି । ନିକଟରେ ତେଲେଙ୍ଗାନାର ହାଇଦ୍ରାବାଦରେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା । ଜଣେ ୬ ବର୍ଷୀୟ ନିବାଳିକା ସହ ପ୍ରଥମେ ଦୁଷ୍ମର୍ମ ଏବଂ ପରେ ତାକୁ ହତ୍ୟା କରାଯାଇଥିଲା । ଏ ଘଟଣା ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ନୁହେଁ ବରଂ ସାରା ଦେଶରେ ଏହାର ଚର୍ଚ୍ଚା ବଢିବାରେ ଲାଗିଛି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଚାରିଆଡ଼ୁ ଦାବି ହୋଇଛି । ଏହା ଭିତରେ ତେଲେଙ୍ଗାନାର ଶ୍ରମ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି ।

ଖୁବଶୀଘ୍ର ଦୁଷ୍କର୍ମକାରୀକୁ ଗିରଫ କରି ତାକୁ ଏନକାଉଣ୍ଟର କରିଦେବୁ । ଏବଂ ପଡ଼ୀତାଙ୍କୁ ଖୁବଜଳଦୀ ନ୍ୟାୟ ଦିଆଯିବ ବୋଲି ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଯେଉଁ ଦୁର୍ବୃତ୍ତ ହାଇଦ୍ରାବାଦର ଝିଅକୁ ହତ୍ୟା କରିଛି ତାକୁ ଛାଡ଼ିବୁ ନାହିଁ । ଅଭିଯୁକ୍ତଙ୍କୁ ଗିରଫ କରି ଆମେ ଏନକାଉଣ୍ଟର କରିଦେବୁ ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଖୁବଶୀଘ୍ର ପୀଡ଼ିତାଙ୍କ ପରିବାରକୁ ଭେଟିବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!