Masthead

‘ମୋର ଥଣ୍ଡା ପାନୀୟରେ କିଛି ମିଶ୍ରିତ ହୋଇଥିଲା’: ରତନ ରାଜପୁତ

ନୁଆଦିଲ୍ଳୀ  (ବଡ଼ ଖବର ବ୍ୟୁରୋ): ଟେଲିଭିଜନ ଅଭିନେତ୍ରୀ ରତନ ରାଜପୁଥ ଯିଏକି ‘ଅଗଲ୍ ଜନମ ମୋହେ ବିଟିୟା ହି କିଜୋ’ ‘ସନ୍ତୋଷି ମା’ ଭଳି ଟିଭିି ଶୋ ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିଲେ । ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ ତାଙ୍କ କାଷ୍ଟିଂ କାଉଚ ଅଭିଜ୍ଞତା ବିଷୟରେ ଖୋଲିଥିଲେ । ସେ କହିଛନ୍ତି ଯେ ଆଗରୁ ସେ ତାଙ୍କ କଷ୍ଟ ଦାୟକ ଅନୁଭୁତି ବିଷୟରେ କାହାକୁ କିଛି କହିନାହାନ୍ତି । କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ ଏବେ ଏହି ସମ୍ପର୍କ ଉପରେ କହିବା ପ୍ରକୃତରେ ଜରୁରୀ । ଯାହା ଦ୍ୱାରା ଆଜିର ଯୁବପିଢି ଏହି ଅନ୍ଧକାର ଦିଗ ବିଷୟରେ ଅବଗତ ହୋଇପାରିବେ ।

ରତନ କହିଛନ୍ତି, ଏହି ଇଣ୍ଡଷ୍ଟ୍ରି ଦୁର୍ନୀତିଗ୍ରସ୍ତ ନୁହେଁ, କିନ୍ତୁ ସେଠାରେ ଏପରି କିିଛି ଲୋକ ଅଛନ୍ତି ଯେଉଁମାନଙ୍କ ଚିନ୍ତାଧାରା ନିମ୍ନମାନର । ନିଜ ଅଭିଜ୍ଞତାକୁ ମନେ ପକାଇ ସେ ଉକ୍ତ ଇଣ୍ଟରଭ୍ୟୁ ରେ କହିଛନ୍ତି ଓଶିୱାରାରେ ଏକ ହୋଟେଲ ଥିଲା ଯେଉଁଠାରେ ସମସ୍ତ ଅଡିସନ ହେଉଥିଲା । ଅନେକ ଜଣାଶୁଣା ଅଭିନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମୁଁ ମୋର ଅଡିସନ ଦେଇଥିଲି କୀନ୍ତୁ ନିଦେ୍ର୍ଦଶକ ସେଠାରେ ଉପସ୍ଥିତ ନଥିଲେ । ସଂଯୋଜକ ମୋତେ ସ୍କ୍ରିପ୍ଟ ଦେଲେ ଏବଂ ଏକ ବୈଠକ ପାଇଁ ପ୍ରସ୍ତୁତ ହେବାକୁ କହିଲେ । ମୋର ଅଡିସନ ପରେ ସଂଯୋଜକ ମୋର ବହୁତ ପ୍ରଶସାଂ କରି କହିଲେ ଏହି ପୋଜେକ୍ଟ ରେ ତୁମେ ହିଁ କାମ କରିବ ।

ତା ପରେ ଯାହା ହୋଇଥିଲା ପ୍ରକୃତରେ ମୁଁ କିଛି ବି ବୁଝିପାରିନଥିଲି । ଘରକୁ ଆସିଲା ପରେ ମୋତେ ସନେ୍ଦହ ହେଲାା କି ମୋତେ ଦେଇଥିବା ଥଣ୍ଡା ପାନ ରେ କିଛି ମିଶିଥିଲା । ମୁଁ ଟିକେ ଅସନ୍ତୋଷ ଅନୁଭବ କରୁଥିଲି । କିଛି ଘଣ୍ଟାପରେ ମୋତେ ଆଉ ଏକ ଅଡିସନ ପାଇଁ କଲ ଆସିଲା । ତେଣୁ ମୁଁ ଏବଂ ମୋର ଜଣେ ବନ୍ଧୁ ଅଡିସନ ପାଇଁ ଯାଇଥିଲୁ ।ସେ ସ୍ଥାନଟି ଏକ ଅଭୁତ ଯାଗା ଥିଲା । ସେଠାରେ ଜଣେ ଝିଅ ବୋଧହୁଏ ମଦ୍ୟପାନ ହେତୁ ଚେତାଶୂନ୍ୟ ହୋଇ ପଡିଥିଲା ।

ହଠାତ ବହାରକୁ ଜଣେ ଲୋକ ଆସିି ମୋତେ କହିଲା ତୁମେ କଣ ପାଇଁ ନିଜ ସାଥିରେ ଜଣଙ୍କୁ ନେଇକି ଆସିଛ ।ସେଠାରେ ମଧ୍ୟ ମୋତେ ଏକ ଡ୍ରିଙ୍କସ୍ ଦେଇଥିଲେ ମାତ୍ର ମୁଁ ତାକୁ ଗ୍ରହଣ ନକରି ସେ ଯାଗାରୁ ଚଲିଆସିଥିଲି । ଏହି ଘଟଣା ପରେ ମୁୁଁ କିଛି ମାସ କୌଣସି ମିଟିଙ୍ଗ କି କିଛି ବି ଅଡିସନ କୁ ଯାଇନାହିଁ । କାରଣ ମୁଁ ଡରିଯାଇଥିଲି । ଏବେ ଏହି ନିଷ୍ପତ୍ତି ନେଇଛି ଯେ କେବଳ ମୋର ଜଣାଶୁଣା ପ୍ରଯୋଜକଙ୍କ ପ୍ରୋଜେକ୍ଟ ରେ ହିଁ କାମ କରିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି