Masthead

ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ

ଗଞ୍ଜାମ  (ବଡ଼ ଖବର ବ୍ୟୁରୋ): ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ । ମାଆର ତଣ୍ଟିଚିପି ହତ୍ୟା କଲା ନୃଶଂସ ପୁଅ । ଗଞ୍ଜାମ ଜିଲ୍ଲା ଆସିକାରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଜମିବାଡ଼ିକୁ କେନ୍ଦ୍ର କରି ମାକୁ ହତ୍ୟା କରିଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ହତ୍ୟା ।  ଆସିକା ଥାନା ଦନ୍ତାରି ବଗଡ଼ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅ ଘଟାଇଛି ଏହି ବର୍ବର କାଣ୍ଡ। ମୃତ ମହିଳା ହେଲେ ୭୫ ବର୍ଷୀୟା ଲଷ୍ମୀ ବରାଡ଼। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲରେ ରଖି ତଦନ୍ତ କରୁଛି ।

ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ରାତି ପ୍ରାୟ ୩ଟାରେ ଘଟଣା ଜଣାପଡିଥିଲା । ଖବର ପାଇ ମୃତ ମା’ର ତିନି ଝିଅ ଦନ୍ତାରିବଗଡ ଗାଁରେ ପହଞ୍ଚି ଥିଲେ । ଏହା ପରେ ଆସିକା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗାଙ୍ଗପୁର ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ବଡ଼ ପୁଅ ଓ ବଡ ବୋହୂ ମାରପିଟ କରୁଥିଲେ । ପୈତୃକ ଜମିବାଡ଼ି ଓ ମା’ର ଭତ୍ତା ଟଙ୍କାକୁ ନେଇ ସବୁ ଦିନ ଝଗଡା ହେଉଥିଲା । ଗତକାଲି ରାତିରେ ପୂର୍ବ ଭଳି କଥା କଟାକଟି ହୋଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡ଼ ପୁଅ ନିଜ ମାଆକୁ ମାରପିଟ କରିବା ସହ ତଣ୍ଟି ଚିପି ହତ୍ୟା କରିଥିବା ତିନି ଝିଅ ମାନେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର