Masthead

ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ପାଇଁ ନବୀନ-ନିରଞ୍ଜନ ଯୋଡିର ଭୂମିକା କ’ଣ? ଆଡୁଆରେ ପଡିଗଲେ ପୂଜାରୀ ବାବୁ! କ’ଣ କରିବେ ହୁଡିଗଲେ ବାଟ? ଲୋକେ ଦେଖାଇଲେ ଆକ୍ରୋଶ । ସଭା ମଞ୍ଚରେ ଅଭିଭାଷଣ ରଖିବାରେ ସୃଷ୍ଟି ହେଲା ବାଧା । ମଞ୍ଚ ତଳୁ ଗର୍ଜି ଉଠିଲେ ଜନତା । ବିଭିନ୍ନ ନାରା ଦେଇ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କୁ କଲେ ବିରୋଧ । ହେଲେ ତା ସ୍ୱତେ ନିରଞ୍ଜନ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିଥିବା ଦାବୀ ଗୁଡିକୁ ନେଇ ଚର୍ଚ୍ଚା ଜୋର । କେମିତି ଦାବୀ ରଖିବାକୁ ଗଲେ ବିଧାୟକ ନିରଞ୍ଜନ? କାହିଁକି ନା ତାଙ୍କ ଦଳ ରାଜ୍ୟରେ ୨୪ବର୍ଷ ଶାସନ କ୍ଷମତାରେ ରହିଥିଲା ।

ଆଉ ବାବୁ ନିରଞ୍ଜନ ବନିଥିଲେ ମନ୍ତ୍ରୀ । ସ୍ୱାସ୍ଥ୍ୟ, ଅର୍ଥ, ସଂସଦୀୟ ଏବଂ ଅବକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ତୁଲାଇଛନ୍ତି ଦାୟିତ୍ୱ । ହେଲେ ଏତେ ବର୍ଷ ମନ୍ତ୍ରୀ ପଦରେ ଥାଇ ମଧ୍ୟ କ’ଣ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀର ପୂରଣ କରିପାରିନାହାନ୍ତି ଆଶା ଆକାଂକ୍ଷା । ଯଦି ଲୋକଙ୍କ ଦାବୀକୁ ସେତେବେଳେ ସମ୍ମାନ ଦେଇ ପଦକ୍ଷେପ ନେଇଥାନ୍ତେ ଆଜି ହୁଏତ ଏହି ଦାବୀ କରିନଥାନ୍ତେ । ଶୁଣିନିଆନ୍ତୁ ଶନିବାର କ’ଣ ସବୁ ଦାବୀ ରଖିଥିଲେ ବରିଷ୍ଠ ନେତା ନିରଞ୍ଜନ ପୂଜାରୀ । ମୁଖ୍ୟମନ୍ତ୍ରୀଙ୍କ ଆଗରେ ମେଡିକାଲ କଲେଜ, ଏଗ୍ରିକଲ୍ଚର କଲେଜ, ଖଇରମାଳ ବ୍ୟାରେଜ ଶୀଘ୍ର ନିର୍ମାଣ, ରିଂ ରୋଡ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ବସ୍ ଷ୍ଟାଣ୍ଡ ନିର୍ମାଣ, ଚାରିଲେନ ରାସ୍ତା କାର୍ଯ୍ୟ ଶେଷ ସହ ଡାଳୁଆ ଧାନର କ୍ଷୟକ୍ଷତି ଚାଷୀଙ୍କୁ ପ୍ରଦାନ ପାଇଁ ପ୍ରମୁଖ ବିରୋଧ ସ୍ୱତେ ଦାବୀ ରଖିଥିଲେ ଏମଏଲଏ ।

ହେଲେ ତାଙ୍କ ଦାବୀଙ୍କୁ ନେଇ ନିଜ ନିର୍ବାଚନ ମଣ୍ଡଳୀର ଲୋକେ ଏବଂ ବୁଦ୍ଧିଜୀବି ପ୍ରଶ୍ନ ଉଠାଇଛନ୍ତି । ଆଜି କାହିଁକି ନିରଞ୍ଜନ ପୂଜାରୀଙ୍କୁ କରିବାକୁ ପଡୁଛି ଦାବୀ? ୨୪ ବର୍ଷ ଶାସନ କ୍ଷମତାରେ ନିଜ ଦଳ ରହିବା ଏବଂ ନିଜ ମନ୍ତ୍ରୀତ୍ୱରେ କାହିଁକି ଲୋକଙ୍କ ଦାବୀଙ୍କୁ କରିପାରିଲେ ନି ପୂରଣ । କିଏ ତାଙ୍କୁ ମନା କରିଥିଲା? ଆଜି ସେ ଯେଉଁ ଦାବୀ ସିଏମଙ୍କ ଆଗରେ ରଖିଲେ ପୂର୍ବରୁ କ’ଣ ନବୀନଙ୍କ ଆଗରେ ଉପସ୍ଥାପନ କରିଛନ୍ତି କି? ଯଦି କରିଥିଲେ କାହିଁକି ଆଜି ତାହା ପୂରଣ ହୋଇପାରିଲା ନାହିଁ? କେନ୍ଦ୍ର ସରକାରଙ୍କ ଛଡା ନିଜ ହାତରେ ବି ସେତେବେଳେ ଅନେକ କ୍ଷମତା ଥିଲା ତାକୁ ଯଦି ସଠିକ ଭାବରେ ନିଜ ସରକାର ସମୟରେ ନିଜ ଜିଲ୍ଲା ସୁବର୍ଣ୍ଣପୁର ପାଇଁ ନିଭାଇଥାନ୍ତେ ବୋଧ ହୁଏ ଆଜି ଆଉ ଦାବୀ କରିବାକୁ ପଡିନଥାନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ