Masthead

ବିଜେପି-ଆରଏସଏସକୁ ଟାର୍ଗେଟ କଲେ ସୋନିଆ

(ବଡ଼ ଖବର ବ୍ୟୁରୋ):  କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ବରିଷ୍ଠ ନେତା ଦଳ ଛାଡୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ କଂଗ୍ରସରେ ଦଳୀୟ କନ୍ଦଳ ଲାଗି ରହିଥିବାରୁ ଏ ନେଇ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ରାଜ୍ୟ ମୁଖ୍ୟମାନଙ୍କୁ ଶୃଙ୍ଖଳା ଓ ଏକତା ଜ୍ଞାନ ଦେଇଛନ୍ତି । ତେବେ ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଦଳର ଓ ଲୋକଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।

ସୂଚନା ଅନୁଯାୟୀ ମଙ୍ଗଳବାର ସୋନିଆ ଦଳର ମହାସଚିବ , ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି । ବୈଠକ ଆରମ୍ଭରୁ ସୋନିଆ ସମସ୍ତଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶର ଯୁବକ ଓ ଯୁବତୀମାନେ ସେମାନଙ୍କର ଇଚ୍ଛା ଓ ଦାବି ପୂରଣ କରିବା ପାଇଁ ଆନ୍ଦୋଳନ କରୁଛନ୍ତି । ତେବେ ସେମାନଙ୍କୁ ଗୋଟିଏ ମଞ୍ଚ ଯୋଗାଇ ଦେବା ହେଉଛି ଆମର ଦାୟିତ୍ୱ । ତେବେ ସେ ଆହୁରି କହିଛନ୍ତି ବିଜେପି-ଆରଏସଏସର ବିରୋଧରେ ଆମର ଲଢେଇ ଜୋରଦାର ରହିବ ।

ଆମକୁ ସମୂର୍ଣ୍ଣ ନିଷ୍ଠାର ସହ ଏହା କରିବାକୁ ପଡିବ । ପ୍ରତିଦିନ ଏଆଇସିସି ଦେଶର ହିତ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିବରଣୀ ପ୍ରଦାନ କରୁଛି । କିନ୍ତୁ ଏହା ଆମ ବ୍ଲକ ଓ ଜିଲ୍ଲାସ୍ତରରେ ଥିବା ତୃଣମୂଳ ସ୍ତରର କର୍ମୀଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ମନେ ହେଉଛି ବୋଲି ସୋନିଆ କହିଛନ୍ତି । ତେବେ ଏହି ବୈଠକରେ ରାହୁଲ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ!