ପ୍ରଧାନଶିକ୍ଷକଙ୍କ ପ୍ରଶଂସନୀୟ କାର୍ଯ୍ୟ, ୧ ଲକ୍ଷ ଖର୍ଚ୍ଚ କରି ସ୍ଥାପନ କଲେ ମହାପୁରୁଷଙ୍କ ମୂର୍ତ୍ତି

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ପ୍ରଧାନଶିକ୍ଷକଙ୍କ ପ୍ରଶଂସନୀୟ କାର୍ଯ୍ୟ । ନିଜ ଦରମାରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଶିବ ପ୍ରସାଦ ପଣ୍ଡା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ହିର୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପଣ୍ଡା । ଶିବ ପ୍ରସାଦ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବିନିଯୋଗ କରି ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ପଣ ଭାବନା କୁ ପରିପ୍ରକାଶ କରିଛନ୍ତି । ଯାହାକୁ ନେଇଁ ଆଜି ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ବିଭାଗୀୟ ଅଧିକାରୀ ଗୌରବାନ୍ୱିତ ହୋଇଛନ୍ତି ।

ସେ ନିଜ କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ କରିବାକୁ ସ୍ଥିର କରିଥିଲେ । କିନ୍ତୁ, ଏଥିପାଇଁ ଅର୍ଥ ବାଧକ ସାଜିଥିଲା । ଏହାକୁ ଦୃଷ୍ଟି ରେ ରଖି ସେ ତାଙ୍କର ଅନ୍ୟ ସହକର୍ମୀ ଓ ବିଭିନ୍ନ ମହଲରୁ ପରାମର୍ଶ ଲୋଡ଼ିଥିଲେ । ଶେଷରେ ମହାପୁରୁଷଙ୍କ ବଳିଦାନ ଏବଂ ଅବଦାନକୁ ସ୍ମରଣୀୟ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ସୋନପୁର ଜିଲ୍ଲାରୁ ଶିଳ୍ପୀଙ୍କୁ ଯୋଗାଯୋଗ କରି ୧୦ ମହାପୁରୁଷ ଙ୍କ ସହ ଗଣେଶ ଏବଂ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଅଗ୍ରୀମ ଦେଇଥିଲେ । ଗୋଟିଏ ମୂର୍ତ୍ତି ପିଛା ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କିଛିଦିନ ତଳେ ମୂର୍ତ୍ତି ଗୁଡ଼ିକ ନିର୍ମାଣ ହୋଇ ବିଦ୍ୟାଳୟକୁ ଆସିଥିଲା । ସେ ବିଦ୍ୟାଳୟ ପ୍ରବେଶ ପଥରେ ଶ୍ରୀ ଗଣେଶ ଓ ଗୌତମ ବୁଦ୍ଧ ମୂର୍ତ୍ତି ସ୍ଥାପନା କରିଥିଲେ ।

ସେହିପରି ମହାପୁରୁଷ ପ୍ରତିମୂର୍ତ୍ତି ଗୁଡିକୁ ବିଦ୍ୟାଳୟ ଗୋଟିଏ ପାର୍ଶ୍ୱ ପିଣ୍ଡିକରି ସ୍ଥାପନ କରାଯାଇଥିଲା । ଏହି ସବୁ ପ୍ରତିମୂର୍ତ୍ତି ପାଇଁ କୌଣସି ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇନାହିଁ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବପ୍ରସାଦ ପଣ୍ଡା ନିଜସ୍ୱ ଖର୍ଚ୍ଚରେ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଏସବୁକୁ ସ୍ଥାପନ କରିଛନ୍ତି । ପ୍ରଧାନ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ପାପଡ଼ାହାଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶଂସା କରିବା ସହ ତାଙ୍କର କାର୍ୟ୍ୟରେ ଅନ୍ୟ ଶିକ୍ଷକ ମାନେ ମଧ୍ୟ ଅନୁପ୍ରାଣିତ ହୋଇ ସେଭଳି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ